ସଲମାନ୍‌ ମାମଲା କଲେ, ହେଲେ ମୁଁ ସିଧା ଚାପୁଡ଼ା ମାରିବି: ମିକା

ବମ୍ବେ: ଅଭିନେତା ତଥା ସ୍ବଘୋଷିତ ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ୍‌(କେଆର୍‌କେ) ବିବାଦକୁ ନେଇ ଏବେ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ତାଙ୍କ ଉପରେ ମାନହାନି ମାମଲା କରିଛନ୍ତି। ଏବେ ସେ ଗାୟକ ମିକା ସିଂହଙ୍କୁ କଟାକ୍ଷ କରି ଅଡ଼ୁଆରେ ପଡ଼ିଛନ୍ତି।

ମେ’ ୨୭ରେ କେଆର୍‌କେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କାହା ନାମ ନ ନେଇ ଜଣେ ଗାୟକଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ତାଙ୍କର ଇଙ୍ଗିତ ମିକା ସିଂହଙ୍କ ତରଫକୁ ଯାଉଥିବା ଅନୁମାନ କରାଯାଇଥିଲା। ଏବେ ମିକା ତା’ର ଜବାବ ଦେଇଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ ସହ ଏକ ଭିଡିଓରେ କହିଛନ୍ତି, ସେ ମୋର ପଡୋଶୀ। ମୋ ବିରୋଧରେ ସେ ଖରାପ କଥା କହିଲେ, ମାମଲା ସେଇଠି ଅଟକିଯିବ ନାହିଁ। ଫିଲ୍ମ ବିଷୟରେ କୁହ ମନା ନାହିଁ, ହେଲେ ବ୍ୟକ୍ତିଗତ ଆଲୋଚନା ନୁହେଁ। ସଲମାନ୍‌ ଅଭିଯୋଗ କଲେ ହେଲେ ମୁଁ ସିଧା ଚାପୁଡ଼ା ମାରିବି ବୋଲି ମିକା ଚେତାବନୀ ଦେଇ କହିଛନ୍ତି।

Share