Categories: ଜାତୀୟ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଯୁବ, ଶିକ୍ଷିତ

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ବଡ଼ ଧରଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତା ବୁଧବାର ସନ୍ଧ୍ୟା ୬ଟାରେ ଏହାର ଘୋଷଣା କରାଯିବ। ଆଉ ଏହା ଭାରତ ଇତିହାସର ସବୁଠୁ ଯୁବ ମନ୍ତ୍ରିମଣ୍ଡଳ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି।

ଘୋଷଣା ହେବାକୁ ଥିବା ମନ୍ତ୍ରିମଣ୍ଡଳର ହାରାହାରି ବୟସ ଇତିହାସରେ ସବୁଠୁ କମ୍‌ ରହିବ। ଅଧିକ ମହିଳାଙ୍କୁ ଏଥର ସୁଯୋଗ ଦିଆଯିବ। ଯେଉଁମାନଙ୍କ ପାଖରେ ପ୍ରଶାସନିକ ଅଭିଜ୍ଞତା ଅଛି, ସେମାନଙ୍କୁ ସ୍ବନ୍ତନ୍ତ୍ର ପ୍ରତିନିଧିତ୍ୱ ଦିଆଯିବ ବୋଲି ସୂତ୍ରରୁ କୁହାଯାଇଛି।

ମୋଟ ଉପରେ ଦୁଇ ଡଜନ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରତିନିଧିତ୍ୱ କରିବେ। ଛୋଟ ସମ୍ପ୍ରଦାୟକୁ ସାମିଲ କରିବାକୁ ଏହି ଯୋଜନା କରାଯାଉଛି। ମନ୍ତ୍ରିମଣ୍ଡଳର ହାରାହାରି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଧିକ ହେବ। ସାମ୍ଭବ୍ୟ ମନ୍ତ୍ରୀ ପିଏଚ୍‌ଡି, ଏମ୍‌ବିଏ ଓ ପିଜି କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋଓ୍ବାଲ, ଲୋକ ଜନଶକ୍ତି ଦଳ (ଏଲଜେପି)ର ପଶୁପତି ପାରସ, ନାରାୟଣ ରାଣେ ଓ ବରୁଣ ଗାନ୍ଧୀଙ୍କ ଭଳି ଆଶାୟୀ ଦିଲ୍ଲୀରେ ପହଞ୍ଚିସାରିଛନ୍ତି।

Share