Categories: ଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ୭୫ କମିଛି ଅନୁପ୍ରବେଶ ଘଟଣା…

ନୂଆଦିଲ୍ଲୀ,୧୩।୧୨ : ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମା ପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଏଠାରେ ସେନା ପାଇଁ ଏକ ବଡ଼ ଆହ୍ବାନ ରହିଛି। ସୀମା ଆରପାରିରୁ କାଶ୍ମୀରକୁ ଅସ୍ଥିର କରିବା ପାଇଁ ନିରନ୍ତର ଚେଷ୍ଟା ଚାଲିଛି। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ କ୍ରମାଗତ ଭାବେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଅନୁପ୍ରବେଶ ମାମଲାରେ ହ୍ରାସ ଘଟିଛି।

୨୦୧୯ ପରଠାରୁ, ଅନୁପ୍ରବେଶ ମାମଲାରେ କ୍ରମାଗତ ହ୍ରାସ ଘଟିଛି । ଦେଶରେ ଅନୁପ୍ରବେଶ ମାମଲାରେ ହ୍ରାସ ଘଟିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ସଂସଦରେ ଉତ୍ତର ଦେବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି। ସେ ଗତ ୧ ବର୍ଷ ମଧ୍ୟରେ ଘଟିଥିବା ଅନୁପ୍ରବେଶର ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି। ଜାନୁୟାରୀ ୨୦୨୧ରୁ ଡିସେମ୍ବର ୨୯୨୧ ପର୍ଯ୍ୟନ୍ତ ଗତ ୧ ବର୍ଷ ମଧ୍ୟରେ ସୀମାରେ ସମୁଦାୟ ୩୪ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ଗୃହ ମନ୍ତ୍ରଣାଳୟ କହିଛି ଯେ ଗତ ୧ ବର୍ଷ ମଧ୍ୟରେ ସୀମାରେ ସେନା ଦ୍ୱାରା ୧୨ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟ କରାଯାଇଥିଲା।

୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ କୁ ହଟାଇ ଦିଆଯାଇଥିଲା। ସେବେଠାରୁ ସେଠାକାର ନାଗରିକମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଉପତ୍ୟକାରୁ ଧାରା ୩୭୦ ହଟାଯିବା ପରେ ସେଠାରେ ଆତଙ୍କବାଦ ହ୍ରାସ ପାଇଛି ଏବଂ ୨୦୧୯ ତୁଳନାରେ ଅନୁପ୍ରବେଶ ମାମଲା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି।

୨୦୧୯ରେ ମୋଟ ୧୩୯ ଟି ଅନୁପ୍ରବେଶ ମାମଲା ଥିବାବେଳେ ୨୦୨୧ ମସିହାରେ ୩୪ ଟି ମାମଲା ସାମ୍ନାକୁ ଆସିଛି। ୨୦୨୦ରେ ୫୧ ଟି ମାମଲା ଘଟିଥିବା ମନ୍ତ୍ରୀ କହିଛନ୍ତି।

Share