ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସାରା ତେନ୍ଦୁଲକର

ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍‌ଫେକ୍‌ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ସାରାଙ୍କ ଏକ ନକଲି ଫଟୋଶପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସାରା ତେନ୍ଦୁଲକର ତାଙ୍କ ତଥାକଥିତ ପ୍ରେମିକ ତଥା ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ବେକରେ ହାତ ଥିବା ଦେଖିବାକୁ ମିଳିଛି। ଧୋନି ପୋପା ନାମକ ଜଣେ ୟୁଜର୍ସ ଏହି ଫଟୋ ଶେୟାର କରିଛନ୍ତି। ଏଥିସହ ଏହାର କ୍ୟାପସନରେ ଲେଖା ଅଛି – ସାରା ନିଶ୍ଚିତ କରିଛନ୍ତି ଯେ ସେ ଶୁଭମନ ଗିଲଙ୍କୁ ଡେଟ କରୁଛନ୍ତି। ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି। ତେବେ ଅନ୍ୟ ଜଣେ ୟୁଜର୍ସ ସମାନ ଫଟୋ ଉପରେ କମେଣ୍ଟ ଦେଇ ସତ୍ୟ ପ୍ରକାଶ କରିଛନ୍ତି। ୟୁଜର୍ସ ସାରାଙ୍କ ପ୍ରକୃତ ଫଟୋ ଶେୟାର କରିଛନ୍ତି ଏବଂ କହିଛନ୍ତି ଯେ ଏହି ଫଟୋ ଫେକ୍‌। ସାରା ଶୁଭମନ ଗିଲଙ୍କ ସହ ନୁହେଁ ବରଂ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ବେକରେ ହାତ ପକାଇଛନ୍ତି।
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଏଥିରେ ସେ କଳାରଙ୍ଗର ବସ୍ତ୍ର ପରିଧାନ କରି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବା ମିଳୁଛି। ଯିଏ ଦେଖିଲେ ବି ଧୋକା ଖାଇଯିବେ। ଭାବିବେ ଏହା ସେହି ୨୧ ବର୍ଷୀୟା ‘ପୁଷ୍ପା’ଫେମ ରଶ୍ମିକା। କିନ୍ତୁ ବାସ୍ତବରେ ସେ ରଶ୍ମିକା ନୁହନ୍ତି, ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଭିନ୍ନ ଜଣେ ଯୁବତୀ। ସମ୍ପାଦିତ ଭିଡିଓଟିକୁ ଦେଖିବା ପରେ ରଶ୍ମିକା ବିଚଳିତ ହୋଇଯାଇଥିବା ଏବଂ ତାହା ତାଙ୍କୁ କଷ୍ଟ ଦେଇଥିବା ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

Share