ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍‌ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍‌ ପବ୍‌ଜୀର ମଧ୍ୟ ଏଥିରେ ପାଳି ପଡିଛି। ହେଲେ ପବ୍‌ଜୀ ବ୍ୟାନ ହେବାର ଦ୍ୱିତୀୟ ଦିନରେ ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ପବ୍‌ଜୀ ଖେଳାଳୀଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି ପବ୍‌ଜୀକୁ ମିସ୍‌ କରୁଥିବା ଲୋକଙ୍କ ପାଇଁ ଖୁବ୍‌ଶୀଘ୍ର ଏହାର ବିକଳ୍ପ ଅର୍ଥତ୍‌ ଫଉଜୀ(Fearless and United: Guards (FAU:G)) ଆସିଯିବ। ଏହା ଅକ୍ଷୟ କୁମାରଙ୍କ ମେଣ୍ଟରଶିପରେ ପ୍ରସ୍ତୁତ କରାଯିବ ଯାହା ଏକ ମଲ୍ଟିପ୍ଲେୟାର ଆକ୍ସନ ଗେମ୍‌ ହେବ। ଏହା ସମ୍ପୂର୍ଣ୍ଣ ରୂପେ ଭାରତର ହେବ। ଆଉ ଏଥିରୁ ଆୟ ଅର୍ଥର ୨୦ ପ୍ରତିଶତ ‘ଭାରତର ବୀର ଟ୍ରଷ୍ଟ’କୁ ଦାନ କରାଯିବ। ଏଥିରେ ଭାରତୀୟ ଯବାନଙ୍କୁ ସହଯୋଗ ମିଳିବ। ଅକ୍ଷୟ କହିଛନ୍ତି ଯୁବବର୍ଗ ପାଇଁ ଗେମିଂ ଇଣ୍ଟରନେଟର ଏକ ଜରୁରୀ ଅଂଶ ପାଲଟି ଯାଇଛି। ଏହି ଫଉଜୀକୁ ଅକ୍ଟୋବର ମାସରେ ଲଞ୍ଚ କରିବାକୁ ଅକ୍ଷୟ ଲକ୍ଷ୍ୟ ରଖିଛନ୍ତି। ଏହା ଉଭୟ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

Share