ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍‌ଏସ୍‌ଙ୍କ ଫ୍ୟାମିଲି ଫଟୋ ଭାଇରାଲ…

ନୂଆଦିଲ୍ଲୀ, ୧୮।୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍‌ଏସ୍‌ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ ଏବେ ତାଙ୍କର ଫ୍ୟାମିଲି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସ୍‌ର ଅଧିନାୟକ ଏମ୍‌ଏସ୍‌ଙ୍କୁ ସାକ୍ଷୀ ଏବଂ ଝିଅ ଜିଭାଙ୍କ ସହିତ ବିମାନବନ୍ଦରରେ ଦେଖିବାକୁ ମିଳିଛି। ସାକ୍ଷୀ ବେବି ବମ୍ପ୍‌ ଲୁଚାଇବା ପାଇଁ ଏକ ବ୍ୟାଗର ବ୍ୟବହାର କରିଥିବା ଫଟୋରେ ଦେଖିବାକୁ ମିଳୁଛି। କ୍ରିଷ୍ଟିଆନ୍‌ ଡିଓର୍‌ ଲେଖାଥିବା ବ୍ୟାଗ୍‌କୁ ସାକ୍ଷୀ ଟେକି ଧରି ବେବି ବମ୍ପ୍‌ ଲୁଚାଇ ଚାଲୁଥିବାର ଦେଖାଯାଉଛି। ଅପରପକ୍ଷରେ ଏମ୍‌ଏସ୍‌ ଚିରାଚରିତ ଢ଼ଙ୍ଗରେ ନିଜ ବ୍ୟାଗ ଧରିଛନ୍ତି। ଫଟୋଟି କେଇ ମିନିଟ୍‌ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଛି।
ପ୍ରଶଂସକମାନେ ଏମ୍‌ଏସ୍‌ଙ୍କ ଘରକୁ ନୂଆ ଅତିଥି ଆସିବା ନେଇ କମେଣ୍ଟ ଦେଉଥିବାବେଳେ ଏହାକୁ ନେଇ ଏମ୍‌ଏସ୍‌ ଅବା ସାକ୍ଷୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।
ଆଇପିଏଲ୍‌ ମ୍ୟାଚ୍‌ ସମୟରେ ଏମ୍‌ଏସ୍‌ଙ୍କୁ ପଡ଼ିଆରେ ଜିଭା ଏବଂ ସାକ୍ଷୀ ଖୁସିରେ କୁଣ୍ଢାଇ ଧରିଥିବା ଫଟୋ ଦେଖି ପ୍ରଶଂସକ ଶ୍ରୀମତୀ ଧୋନୀ ଗର୍ଭବତୀ ଥିବା ନେଇ କମେଣ୍ଟ ଦେଇଥିଲେ। ସେବେଠାରୁ ଚର୍ଚ୍ଚାର ଅନ୍ତ ଘଟି ନାହିଁ।

Share