ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ନିଆଁରେ ଘିଅ ଢାଳିଲେ ସମ୍ବିତ, କହିଲେ ବିପର୍ଯ୍ୟୟବେଳେ…

ଭୁବନେଶ୍ୱର,୧୨ା୧୦: ପ୍ରକାଶ ବେହେରା ବିଜେଡି ଛାଡ଼ିବା ପରେ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି।

ସମ୍ବିତ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନ ଥିଲେ। ସେ କଂଗ୍ରେସରୁ ଭାଜପା ପରେ ବିଜେଡିକୁ ଆସିଥିଲେ। ତାଙ୍କୁ ଦଳ କଟକ-ବାରବାଟୀରୁ ପ୍ରାର୍ଥୀ କରିଥିଲା। ସେତେବେଳେ ଆମର କିଛି ଭୁଲ୍‌ ଲୋକ, ଭୁଲ୍‌ ନିଷ୍ପତ୍ତି ନେଇଥିଲେ। ସେତେବେଳର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ୱ ସେଭଳି ନିଷ୍ପତ୍ତି ନେଇଥିବେ। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ ଓ ଆମ ଆଖିକୁ ଠିକ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି ବୋଲି ସମ୍ବିତ କହିଛନ୍ତି। ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ସମ୍ବିତଙ୍କ କଥାର କଡ଼ା ଜବାବ ଦେଇଛନ୍ତି ପ୍ରକାଶ। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ। ସମ୍ବିତ ଏଭଳି ବାଚାଳାମୀ ନ କରି ତାଙ୍କ ହାଇକମାଣ୍ଡଙ୍କୁ ପଚାରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରକାଶ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁରରୁ ଜିତିଥିଲେ।

ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲେପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ପ୍ରକାଶ ତାଙ୍କର ଚିଠିରେ ଲେଖିଛନ୍ତି, ‘ବହୁ ଚିନ୍ତା ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଛି ଓ ଆପଣଙ୍କ ନେତୃତ୍ୱକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ନାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ୱ ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି।

ବାରବାଟୀ- କଟକ ଜନତା ଅତି ସ୍ଵଳ୍ପ ସମୟ ମଧ୍ୟରେ ରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ । କଟକର ଜନସାଧାରଣ ଓ କର୍ମ କର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକ‌ତା ଯେତେବେଳେ ଅନୁଭବ କରିବେ ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବାରେ ଅବହେଳା କରି ବି ନାହିଁ ।

ଟାଙ୍ଗୀ ସାଲେପୁରର ଗୁରୁଜନ, ଭଉଣୀଭାଇ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡି ହୋଇ ରହିଛନ୍ତି ଓ ମୁଁ ସଦା ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି । ସେମାନଙ୍କ ସହ ସର୍ବଦ ର୍ବଦା ମୁଁ ଯୋଡି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ଭବ୍ୟରେ କେବେବି ଅବହେଳା କରି ନାହିଁ । ସାରାଜୀବନ ସେମାନଙ୍କ ଋଣ ଶୁଝି ବାକୁ ବାକୁ ଚେଷ୍ଟା କରିବି।

ବହୁ ଆଲୋଚନା ଓ ବିଚାର ବିମର୍ଷ ପରେ ନିସ୍ୱାର୍ଥପର ଭାବରେ ଟାଙ୍ଗୀ–ସାଲେପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ମୋର ଗୁରୁ ଜନ, ବନ୍ଧୁ, ଶୁଭେଛୁ, ଭଉଣୀ-ଭାଇ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବି ବୋଲି ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri