ବଲିଉଡ୍‌ ଡେବ୍ୟୁ ଲାଗି ପ୍ରସ୍ତୁତ

ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ। ସାରା ଦେଶରେ ଫିଲ୍ମର ଅସମ୍ଭବ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି କାରଣରୁ ଏବେ ଦକ୍ଷିଣ ଭାରତୀୟ ଅଭିନେତା ହିନ୍ଦୀ ସିନେମା ମୁହାଁ।

ବାହୁବଲୀ ଷ୍ଟାର ପ୍ରଭାସ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ଏବେ ରବି ତେଜାଙ୍କ ପାଳି। ତାଙ୍କ ପ୍ରଶଂସକ କୌଣସି ବଲିଉଡ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ଏପରିକି ସେ ସବୁଠାରୁ ମହଙ୍ଗା କଳାକାରଙ୍କ ମଧ୍ୟରୁ ଜଣେ।

ଯାହା ଖବର ରହିଛି ଫିଲ୍ମ ‘ଖିଲାଡି’ ଜରିଆରେ ସେ ବଲିଉଡ୍‌କୁ ଏଣ୍ଟ୍ରି କରୁଛନ୍ତି। ଏଥିରେ ରବିଙ୍କ ଡବଲ୍‌ ରୋଲ୍‌ ଦେଖିବାକୁ ମିଳିବ। ଏହି ଥ୍ରିଲର ଫିଲ୍ମ ୨୦୨୨ ଫେବୃୟାରୀ ୧୧ରେ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରମେଶ ବର୍ମା ତୁଲାଇବେ। ଏକାଧିକ ଭାଷାରେ ଏହା ପରଦାକୁ ଆସିବ। ଏହି ସମୟରେ କୌଣସି ବଡ଼ ଫିଲ୍ମ ପରଦାକୁ ଆସିବାକୁ ନ ଥିବାରୁ ରବିଙ୍କ ଚଳଚ୍ଚିତ୍ର ଭଲ ରୋଜଗାର କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି।

Share