ରାଜନୀତି ପରେ ଏବେ ବକ୍ସିଂରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ରାଜନୀତି ଛାଡ଼ି ବକ୍ସିଂରେ ଯୋଗଦେବାକୁ ଯାଉଛନ୍ତି। ସେ ବକ୍ସିଂ ରିଙ୍ଗ୍‌ରେ ଫାଇଟ୍‌ କରିବେନି। ମାତ୍ର ବକ୍ସି ଜଗତ ସହିତ ଜଡ଼ିତ ରହିବେ। ବକ୍ସିଂରେ ଏବେ ଟ୍ରମ୍ପ୍‌ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ। ଟ୍ରମ୍ପ୍‌ ବକ୍ସିଂ ଏକ ମୁକାବିଲାରେ କମେଣ୍ଟ୍ରି କରିବେ। ଏଥିରେ ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ଇଓ୍ବାଣ୍ଡର ହୋଲିଫିଲ୍ଡ୍‌ ଏବଂ ଭିଟୋର ବେଲଫୋର୍ଟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମ ଫ୍ଲୋରିଡ଼ାର ହଲିଉଡ୍‌ରେ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ହୋଲିଫିଲ୍ଡ୍‌ ଏବଂ ବେଲଫୋର୍ଟଙ୍କ ମଧ୍ୟରେ ବକ୍ସିଂ ମ୍ୟାଚ୍‌ ହେବ। ଟ୍ରମ୍ପ୍‌ଙ୍କ ସହିତ ତାଙ୍କ ପୁଅ ଡୋନାଲ୍ଡ ଜୁନିୟର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ମ୍ୟାଚ୍‌ ଏଫ୍‌ଆଇଟିଇ ଡଟ୍‌ ଟିଭିରେ ପ୍ରସାରିତ ହେବ।

Share