ପାରସ୍‌ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍‌ମା

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍‌ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା ସାରା କପାଡ଼ିଆଙ୍କ ଭୂମିକାରେ ନଜର ଆସୁଥିଲେ। ହେଲେ ଏବେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ ନାହିଁ।

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମେ’ରେ ମୁଁ ଶୋ’ରେ ଏଣ୍ଟ୍ରି ନେଇଥିଲି। ସେତେବେଳେ ମୋ କାମକୁ ନେଇ ବହୁତ ଖୁସି ଥିଲି। ହେଲେ ଶୀଘ୍ର ଲାଗିଲା ଯେ ମୋ ଟ୍ରାକ୍‌ କୁଆଡେ ବି ଯାଉନି। ଜଣେ କଳାକାର ହିସାବରେ ଆଗକୁ ବଢ଼ିପାରୁ ନ ଥିଲି। ଏବେ ମୁଁ ଯୁବତୀ ଅଛି। ଏହି ସମୟରେ ଯେତେ ଅଧିକ କାମ ଶିଖିବି ଭଲ, ଯାହା କି ହେଉ ନ ଥିଲା। ଏଣୁ ସେ ନିର୍ମାତାଙ୍କ ସହ କଥା ହୋଇ ନିଜର ମନକଥା କହିଥିଲେ। ସେଠାରୁ ସବୁଜ ସଙ୍କେତ ମିଳିବା ପରେ ଆଲମାଙ୍କ ସମ୍ପର୍କ ଛିନ୍ନ ହୋଇଛି। ଦର୍ଶକଙ୍କୁ ନ ଜଣାଇବା ଲାଗି ଚରିତ୍ରକୁ ଆମେରିକା ପଠାଯିବ ବୋଲି ସେ କହିଛନ୍ତି।

Share