ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ହେବ କି ବଡ଼ ଡିଲ୍‌! ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୩: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ଚର୍ଚ୍ଚା ହେଉଥିଲା କି, ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଲିମିଟେସନ ବୈଠକରେ ସେ ଯୋଗ ଦେବାକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କିନ୍ତୁ ଏହା ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଷ୍ଟାଲିନଙ୍କ ବୈଠକରେ ଯୋଗଦେବାକୁ ହଁ ମାରିବା ଓ ବିଧାନସଭାରେ କଂଗ୍ରେସକୁ ସମର୍ଥନ କରିବା, କେଉଁଠି ନା କେଉଁଠି ଭିନ୍ନ ସନ୍ଦେଶ ଦେଉଛି। ଚର୍ଚ୍ଚା ହେଉଛି, ନୂଆ ସମୀକରଣ ଆଡକୁ ମୁହାଁଉଛନ୍ତି କି ବିଜେଡି? ଅନ୍ୟପଟେ ଏହି ଚର୍ଚ୍ଚା ଚାଲିଥିବାବେଳେ ଏପଟେ ଭାଜପା ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀରେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ରହିଥିବାର କହି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି। ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

DMK ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡିକୁ ସମାଲୋଚନା କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଦର୍ପଣରେ ନିଜ ଛାଇ ଦେଖି ବିଜେଡିକୁ ଡର ଲାଗିଲାଣି। ଡିଲିମିଟେସନ ଯେଉଁ ନ୍ୟାୟିକ ପରିଧି ଭିତରେ ହେବା କଥା ହେବ। କିନ୍ତୁ ଡିଲିମିଟେସନ ହେବା ପୂର୍ବରୁ ବିରୋଧୀ ଏତେ ଛାନିଆ କାହିଁକି ହୋଇଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏପଟେ ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ବି ସମଦୂରତା ବଜାୟ ରଖିଛି ବିଜେଡି।

ଚେନ୍ନାଇ ବୈଠକ କୌଣସି ଜାତୀୟ ମେଣ୍ଟ ତରଫରୁ ଡକାଯାଇ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ସେଠାକୁ ବିଜେଡି ଯିବାରେ ଅସୁବିଧା କେଉଁଠି ବୋଲି ପ୍ରସନ୍ନ ପାଲଟା ପ୍ରଶ୍ନ କରିଛନ୍ତି। କଂଗ୍ରେସ କହିଛି ଯେ ପୂର୍ବରୁ ସମଦୂରତା ନୀତିରେ ରହିଥିବା ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନ ହୋଇଥିବା ଆଭାସ ମିଳିସାରିଲାଣି।

ଆସନ୍ତା ୨୨ ତାରିଖରେ ଚେନ୍ନାଇ ବୈଠକରେ ସାମିଲ ହେବ ବିଜେଡି। DMK ପ୍ରତିନିଧି ନବୀନ ନିବାସରେ ନବୀନଙ୍କୁ ଭେଟି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବା ପରେ ଦଳ ସହମତି ପ୍ରକାଶ କରିଛି । ଏହାରି ଭିତରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ତେଣୁ ଷ୍ଟାଲିନଙ୍କ ବୈଠକକୁ ନବୀନ ଯିବେ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଯେଉଁ ସମୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୀମା ପୁନଃର୍ନିଦ୍ଧାରଣକୁ ନେଇ ଜାତୀୟ ରାଜନୀତିରେ ସମୀକରଣ ବଦଳୁଛି । ସେପଟେ ପରାଜୟ ପରଠୁ ବିଜେଡିରେ ଅନିଶ୍ଚିତତା ଦେଖାଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନବୀନ ଦିଲ୍ଲୀରେ ବାର୍ଗେନିଂ କରିବାକୁ ଯାଇ ଥାଇପାରନ୍ତି ବୋଲି କୁହାଯାଉଛି । କାରଣ ତେଣୁ ଦିଲ୍ଲୀରେ ଏନଡିଏ ସହ ଭିତିରି ସଂପର୍କ ରଖି ରାଜ୍ୟରେ ବିରୋଧ କରିପାରେ ବିଜେଡି । କିମ୍ବା କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟି ବଡ଼ ଡିଲ କରିପାରନ୍ତି ନବୀନ । ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ଭାଜପା ଚାହୁଁଛି ଓଡିଶାରେ ବିଜେଡି ହିଁ ଦୁଇ ନମ୍ବର ଦଳ ରହୁ । କାରଣ କଂଗ୍ରେସ ବଢିଲେ ଭାଜପା ପାଇଁ ବଡ଼ ବିପଦ । ଏଭଳି ସ୍ଥଳରେ ନବୀନଙ୍କ ଦିଲ୍ଲୀ ଗସ୍ତ, ନୂଆ ରଣନୀତି ଆଡକୁ ଇସାରା କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri