Categories: ଜାତୀୟ

ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ: ନାଗପୁରରେ ୨୪ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ

ନାଗପୁର,୪।୧୦: ମହାରାଷ୍ଟ୍ରର ନନ୍ଦେଡ ଓ ଔଉରାଙ୍ଗବାଦ ପରେ ନାଗପୁରର ସରକାରୀ ଡାକ୍ତରଖାନାରେ ୨୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ଘଣ୍ଟା ଭିତରେ ଦୁଇଟି ଭିନ୍ନ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

ଏହାପୂର୍ବରୁ ମହାରାଷ୍ଟ୍ରର ଛତ୍ରପତି ସମଭାଜିନଗରସ୍ଥିତ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚସି)ରେ ୧୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମେଡିକାଲର ଚିକିତ୍ସା ଅଧୀକ୍ଷକ କହିଛନ୍ତି।
ପ୍ରାଣ ହରାଇଥିବା ୧୮ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ନିମୋନିଆରେ ପୀଡିତ ଥିଲେ। ଅନ୍ୟ ତିନି ରୋଗୀ କିଡନୀ ଫେଲ ଏବଂ ଅନ୍ୟ ଜଣେ ରୋଗୀ ଯକୃତ ନିଷ୍କ୍ରିୟର ଶିକାର ହୋଇଥିଲେ। ଯକୃତ ଏବଂ କିଡନୀ ଫେଲ ହେତୁ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସଡ଼କ ଦୁର୍ଘଟଣା, ବିଷାକ୍ତ ପଦାର୍ଥ ଏବଂ ଆପେଣ୍ଡିକ୍ସ ଯୋଗୁ ମଧ୍ୟ ରୋଗୀଙ୍କର ମୃତ୍ୟୁ ହେଉଛି।

Share