ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ

ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି।

ସୂଚନାନୁଯାୟୀ, ଛତିଶଗଡ଼ ସୁକୁମା ଜିଲା କୁଣ୍ଟା ଗ୍ରାମର କୋଣ୍ଡା ବାବୁ (୩୮) ଓଡ଼ିଶା ମାଲକାନଗିରି ଜିଲା ପଡ଼ିଆ ସଦରମହକୁମା ଗ୍ରାମର ପେଦି ପଦ୍ମାରାଓଙ୍କ ଝିଅ ବେଣୁ ପେଦିଙ୍କୁ କିଛିବର୍ଷ ପୂର୍ବରୁ ବିବାହ କରିଥିଲେ। ସ୍ତ୍ରୀ ବେଣୁ (୩୨) ନିଜ ବାପଘରେ ପଡ଼ିଆରେ ଆସି ରହୁଥିଲେ। ମଙ୍ଗଳବାର ରାତିରେ ସ୍ବାମୀ କୋଣ୍ଡା ବାବୁ ଶ୍ୱଶୁର ଘରକୁ ଆସିଥିବା ବେଳେ ଶ୍ୱଶୁର ଘରେ କେହି ନ ଥିବା ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। କୋଣ୍ଡା ବାବୁ ଭାରସାମ୍ୟ ହରାଇ ଏକ ଧାରୁଆ ଛୁରିରେ ସ୍ତ୍ରୀଙ୍କ ବେକ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ବେଣୁଙ୍କ ମୃତ୍ୟୁ ଘଟିଥିଲେ। ପରେ କୋଣ୍ଡା ବାବୁ ନିଜ ବେକକୁ ଛୁରି ଦ୍ୱାରା କାଟି ଦେଇଥିଲେ।ଘଟଣା ସମ୍ପର୍କରେ ପଡ଼ିଶା ଲୋକ ଜାଣିଲା ପରେ କୋଣ୍ଡା ବାବୁଙ୍କୁ ପ୍ରଥମେ ପଡ଼ିଆ ଡାକ୍ତରଖାନା ଓ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀ କୋଣ୍ଡା ବାବୁଙ୍କ ମୃତ୍ୟୁ ଘଟିଛି। ପଡ଼ିଆ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ତ୍ରୀଙ୍କ ମୃତଦେହ ଜବତ କରିବା ସହ ଆଜି ମାଲକାନଗିରିରେ ସ୍ବାମୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଦମ୍ପତିଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିବେ ବୋଲି ଜଣାପଡ଼ିଛି। ଏ ସମ୍ବନ୍ଧରେ ପଡ଼ିଆ ପୋଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri