Categories: ଜାତୀୟ

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା କରିବା ପାଇଁ ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଥିଲେ। ମୋଦିଙ୍କ ଗସ୍ତ ପରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୧୭ରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ଲଦାଖ ଗସ୍ତ କରିବେ ଏବଂ ଜୁଲାଇ ୧୮ରେ ସେ ଜମ୍ମୁ-କଶ୍ମୀର ଯିବେ ବୋଲି ସୂଚନା ରହିଛି। ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ମଧ୍ୟ ଉପସ୍ଥିତ ରହିବେ।

Share