Categories: ଫୁରସତ

ପାଣିରେ ମିଶିବା ପରେ ବହୁଗୁଣା ହୋଇଯିବେ ବ୍ୟାକ୍ଟେରିଆ

ଲଣ୍ଡନ: ବିଶ୍ୱବାସୀଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ ପାଲଟିଛି। ଏହା ପ୍ରଭାବରେ ବୈଶ୍ୱିକ ତାପମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଫଳରେ ହିମବାହ, ବରଫ ଚାଦର ତରଳିବା ଆରମ୍ଭ କରିଛନ୍ତି। ସମୁଦ୍ର ଓ ନଦୀର ଜଳସ୍ତରରେ ବୃଦ୍ଧି ଘଟିବା ସାଙ୍ଗକୁ ଜଳରେ ବ୍ୟାକ୍ଟେରିଆର ପରିମାଣ ବୃଦ୍ଧି ପାଇବ ବୋଲି ବ୍ରିଟେନ୍‌ର ଆବରିଷ୍ଟଓ୍ବିଥ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ବରଫ ତରଳିବା ଦ୍ୱାରା ଏଥିରେ ରହୁଥିବା ବ୍ୟାକ୍ଟେରିଆ ସବୁ ପାଣିରେ ମିଶିବେ। ବରଫ ତୁଳନାରେ ଜଳର ତାପମାତ୍ରା ଅଧିକ ହୋଇଥିବା ଯୋଗୁ ଏହି ବ୍ୟାକ୍ଟେରିଆ ସବୁ ବହୁଗୁଣା ହୋଇଯିବେ।
ନର୍ଥ ଆମେରିକା ଏବଂ ଗ୍ରୀନଲାଣ୍ଡର ପାଖାପାଖି ୧୦ଟି ହିମବାହକୁ ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି। ଆଗାମୀ ୮୦ ବର୍ଷ ପରେ ବିଶ୍ୱରେ ଜୀବାଣୁଙ୍କ ସଂଖ୍ୟା ୧୦,୦୦୦,୦୦୦ ଟନ୍‌ରେ ପହଞ୍ଚତ୍ବ। ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ବୈଶ୍ୱିକ ତାପମାତ୍ରାକୁ ଅନୁଧ୍ୟାନ କଲେ୨୧୦୦ ବେଳକୁ ତାପମାତ୍ରା ୨ରୁ ୩ ଡଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟିବ।

Share