ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା

ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍‌ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪ ଦିନ ପରେ ଦୁହେଁ ପଳାଇ ଯାଇଥିଲେ। ଠକେଇର ଶିକାର ହୋଇଥିବା ଦୁଇ ଭାଇ ସହାୟତା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗ୍ବାଲିଅରର ଥାଟିପୁର ଅଞ୍ଚଳରେ ରହୁଥିବା ସମ୍ପର୍କୀୟ ଭାଇ ଭରତ ଗୁପ୍ତା ଏବଂ ରୋହିତ ଗୁପ୍ତା ଉତ୍ତରପ୍ରଦେଶର ଗୋରଖପୁରର ଅଞ୍ଜଳି ଏବଂ ସଞ୍ଜନାଙ୍କୁ ବିବାହ କରିଥିଲେ। ରୋହିତ ଏବଂ ଭରତଙ୍କ ସମ୍ପର୍କ ସେମାନଙ୍କ ପିଉସୀ ପୁଅଙ୍କ ମାଧ୍ୟମରେ ହୋଇଥିଲା। ପିଉସୀଙ୍କ ପୁଅ ବଣ୍ଟି ଗୁପ୍ତା ବନ୍ଧୁ ଜେଟୁ ଏବଂ ଲାଲୁଙ୍କ ମାଧ୍ୟମରେ ଏହି ବିବାହ ହୋଇଥିଲା। ଦୁଇ ଭାଇଙ୍କ ୯ ଜୁନ୍‌ରେ ନିର୍ବନ୍ଧ ହୋଇ ୧୧ ଜୁନ୍‌ରେ ବିବାହ ହୋଇଥିଲା।

ବିବାହ ପରେ ଜୁନ୍‌ ୧୫ରେ ଯେତେବେଳେ ଭରତ ଡ୍ୟୁଟିରେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଲେ ସ୍ତ୍ରୀ କହିଥିଲେ ସନ୍ଧ୍ୟାରେ ଶୀଘ୍ର ଘରକୁ ଫେରି ଆସିବ। ରୋହିତ ଚାଲିଯିବା ପରେ ତାଙ୍କ ମା’ ଏବଂ ବଡ଼ ଭଉଣୀ ଘରେ ଥିଲେ। ଏହି ସମୟରେ ସଞ୍ଜନା ଏବଂ ଅଞ୍ଜଳି ଘରୁ ପଳାଇବାର ସୁଯୋଗ ପାଇଥିଲେ।

ଦୁହେଁ ଘରୁ ଟଙ୍କା ଓ ଅଳଙ୍କାର ନେଇ ବାହାରି ଯାଇଥିଲେ। ଅଭିଯୁକ୍ତ ଦୁଇ ମହିଳା ଘର ବାହାରେ ତାଲା ପକାଇ ଦେଇଥିଲେ। ପରେ ମା’ ଭରତଙ୍କୁ ଫୋନ୍‌ କରି ପୂରା ଘଟଣା ଜଣାଇଲେ ତାଙ୍କ ପାଦତଳୁ ମାଟି ଖସିଗଲା। ଭରତ ତାଙ୍କ ସ୍ତ୍ରୀଙ୍କ ମୋବାଇଲକୁ ଫୋନ୍‌ କଲେ। ପ୍ରଥମେ ଏଥିରେ କୌଣସି ଉତ୍ତର ଆସି ନ ଥିଲା। ତା’ପରେ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଗଲା।

ଭରତଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଉଭୟଙ୍କ ଆଧାର କାର୍ଡ ଯାଞ୍ଚ କରିଛି। ଆଧାରକାର୍ଡରେ ଅଭିଯୁକ୍ତ ମହିଳାମାନଙ୍କର ଠିକଣା ଜଣଙ୍କର ଉତ୍ତରପ୍ରଦେଶର ମହାରାଜଗଞ୍ଜ ଏବଂ ଅନ୍ୟ ଜଣଙ୍କର ପରାସଖଣ୍ଡ ବରଗଡ଼ଓ୍ବା ହରିୟାଣା ବୋଲି ଲେଖାଯାଇଛି। ପୋଲିସ ବର୍ତ୍ତମାନ ଆଧାରକାର୍ଡ ଏବଂ ମୋବାଇଲ ନମ୍ବର ସାହାଯ୍ୟରେ ଲୁଟେରା କନ୍ୟା ଦ୍ୱୟଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri