ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଏ। ଆସନ୍ତୁ ଜାଣିବା:-

ପ୍ରତ୍ୟେକ ରାଶିର ସ୍ବାମୀ ଗ୍ରହ ଅଲଗା। ଏଣୁ ବ୍ୟକ୍ତି ନିଜ ଗ୍ରହର ସ୍ବଭାବ ଅନୁଯାୟୀ ବ୍ୟବହାର କରିଥାଏ। ସେଭଳି ତାର ଚାଲିଚଳନ, ପସନ୍ଦନାପସନ୍ଦ ହୋଇଥାଏ। ଏହାକୁ ଅଧ୍ୟୟନ କରି କେହି ନିଜର ଭବିଷ୍ୟତ ବିଷୟରେ ଜାଣିପାରିବ। ଆଜି ଆମେ ଏଭଳି ୩ ରାଶି ବିଷୟରେ କଥା ହେବା ଯେଉଁଥିରେ ଜନ୍ମିତ ଯୁବତୀମାନେ ବେଶ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଯୁବତୀମାନେ ବିବାହ କରିବା ପରେ ସ୍ବାମୀଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥାନ୍ତି।

ମେଷ ରାଶି: ଏହି ରାଶିର ଜନ୍ମିତ ଯୁବତୀ ବହୁତ ଭାଗ୍ୟବାନ। ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ହୃଦୟ ସଫା। ସର୍ବଦା ପରିବାରକୁ ଏମାନେ ଯୋଡ଼ି ରଖିଥାନ୍ତି। ଏମାନଙ୍କୁ ଯେଉଁ କାର୍ଯ୍ୟ ଦିଆଯାଏ ସେମାନେ ବହୁତ ସଚ୍ଚୋଟତା ଏବଂ ଦାୟିତ୍ୱ ସହକାରେ ପୂରଣ କରିଥାନ୍ତି। ଏହି ରାଶିର ଯୁବତୀ ଯାହାକୁ ବି ବିବାହ କରନ୍ତି, ତାହାର ଭାଗ୍ୟ ଫିଟି ଯାଇଥାଏ।

କର୍କଟ ରାଶି: ଏହି ରାଶିର ଯୁବତୀମାନେ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ ଯେତିକି ସୁନ୍ଦର ସେତିକି ଭାବପ୍ରବଣ ହୋଇଥାନ୍ତି। ଏମାନେ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ସବୁ ପରିସ୍ଥିତିରେ ତାଙ୍କ ସହ ରହିଥାନ୍ତି। ଏହି ସ୍ବଭାବ ଏମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରିଥାଏ।

ସିଂହ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ସ୍ବଭାବରେ ବହୁତ ରାଗି। ଏମାନେ ଜୀବନସାଥୀଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ସବୁ ଅସୁବିଧାକୁ ଏମାନେ ମଜଭୂତ ସହ ଲଢ଼ିଥାନ୍ତି। ଏମାନେ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri