ଦୀର୍ଘ ବର୍ଷେ ପରେ ବାହରକୁ ଆସିଲେ ଶାସକ କିମ୍‌ଙ୍କ ସ୍ତ୍ରୀ

ପ୍ୟାଙ୍ଗୟେଙ୍ଗ,୧୭।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସ୍ତ୍ରୀ ରି ସୋଲ ଜୁ ଦୀର୍ଘ ଏକବର୍ଷ ପରେ ପ୍ରଥମଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ସେ ସ୍ବାମୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଉତ୍ତର କୋରିଆର ଶାସକ ଶ୍ରମିକ ପାର୍ଟି ଖବରକାଗଜ ରୋଡୋଙ୍ଗ ସିନମୁନ କିମ ଜୋଙ୍ଗ ଉନ ଏବଂ ତାଙ୍କ ସ୍ତ୍ରୀଙ୍କ କିଛି ଫଟୋ ପ୍ରକାଶ କରିଛି। ସୂଚନାଯୋଗ୍ୟ, କିମ ଜୋଙ୍ଗ ଉନଙ୍କ ସ୍ବର୍ଗତ ପିତା ତଥା ଉତ୍ତର କୋରିଆର ପୂର୍ବତନ ଶାସକ କିମ ଜୋଙ୍ଗ ଇଲଙ୍କ ଜନ୍ମ ବାର୍ଷିକୀରେ ଏକ କନ୍ସର୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ରି ସୋଲ ଯୋଗ ଦେଇଥିଲେ। ଏହାସହ ସେ ଗର୍ଭବତୀ ଥିବା ଯେଉଁ ଚର୍ଚ୍ଚ େଉଥବଲା ତାହା ଭୁଲ ପ୍ରମାଣିତ ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନ ଥିବା ଜଣାପଡିଛି।

Share