Posted inଜାତୀୟ

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ ମଙ୍ଗଳସୁତ୍ର ଏବଂ ସମ୍ପତ୍ତି ଉପରେ ହୋଇଥିବା ଆକ୍ରମଣ ବନ୍ଦ ହୋଇ ନ ଥିଲା। ସୂଚନାଯୋଗ୍ୟ, ସାମ ପିଟ୍ରୋଡାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଆମେରିକାର ଉତ୍ତରାଧିକାର ଟ୍ୟାକ୍ସ ବିଷୟରେ କହୁଛନ୍ତି। ଏହା ଉପରେ ଭାଜପା ତାଙ୍କୁ ଟାର୍ଗେଟ କରିଥିଲା ଏବଂ ଅଭିଯୋଗ କରିଛି ଯେ କଂଗ୍ରେସର ନୀତି ଦେଶକୁ ନଷ୍ଟ କରିବାକୁ ଯାଉଛି। ଏହି ସମୟରେ କଂଗ୍ରେସ ପିଟ୍ରୋଡାଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖି ଏହାକୁ ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛି।
ଏହା ସହିତ ସେ ଆହୁରି କହିଛନ୍ତି, ତଥାପି, ଆପଣଙ୍କର ଭାରତରେ ଏହା ନାହିଁ। ଯଦି କାହାର ଧନ ୧୦ ବିଲିୟନ ଅଛି ଏବଂ ସେ ତାଙ୍କର ମୃତ୍ର ହେଉଛି, ତେବେ ତାଙ୍କ ପିଲାମାନେ ମୋଟ ସମ୍ପତ୍ତିର କେବ, ୪୫ ପ୍ରତିଶତ ପାଆନ୍ତି। ଅବଶିଷ୍ଟ ଜନସାଧାରଣଙ୍କୁ ଦେବାକୁ ପଡେ। ଶେଷରେ ସିଦ୍ଧାନ୍ତ କ’ଣ ହେବ ମୁଁ ଜାଣେ ନାହିଁ, କିନ୍ତୁ ଯେତେବେଳେ ଆମେ ଧନ ବଣ୍ଟନ ବିଷୟରେ କଥାବାର୍ତ୍ତା କରୁ, ସେତେବେଳେ ଆମେ ନୂତନ ନୀତି ଏବଂ ନୂତନ କାର୍ଯ୍ୟକ୍ରମ ବିଷୟରେ କହୁଛୁ ଯାହା ଲୋକଙ୍କ ସ୍ବାର୍ଥରେ ଏବଂ କେବଳ ଧନୀ ବ୍ୟକ୍ତିଙ୍କ ସ୍ବାର୍ଥରେ ନୁହେଁ।
ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ଭାଜପା ନେତା ଅମିତ ମାଲଭିଆ ପୁଣି ଥରେ କଂଗ୍ରେସର ଯୋଜନା ବିଷୟରେ ଭୋଟରଙ୍କୁ ଚେତାବନୀ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଦେଶକୁ ଧ୍ୱଂସ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବର୍ତ୍ତମାନ, ସାମ ପିଟ୍ରୋଡା ସମ୍ପତ୍ତିକୁ ପୁନଃ ବଣ୍ଟନ ପାଇଁ ୫୦ ପ୍ରତିଶତ ଉତ୍ତରାଧିକାର ଟ୍ୟାକ୍ସକୁ ସମର୍ଥନ କରନ୍ତି। ଏହାର ଅର୍ଥ ହେଉଛି ଆମର ସମସ୍ତ କଠିନ ପରିଶ୍ରମ ଏବଂ ଉଦ୍ୟୋଗ ସହିତ ଆମେ ସୃଷ୍ଟି କରୁଥିବା ୫୦ ପ୍ରତିଶି ସମ୍ପତ୍ତି ଛଡ଼ାଯିବ । ଆମେ ଦେଉଥିବା ସମସ୍ତ ଟ୍ୟାକ୍ସର ୫୦% ବ୍ୟତୀତ, ଯଦି କଂଗ୍ରେସ ଜିତେ ତେବେ ତାହା ମଧ୍ୟ ବୃଦ୍ଧି ପାଇବ।
କଂଗ୍ରେସର ବରିଷ୍ଠ ନେତା ପୱନ ଖେଡା ମାଲବିୟଙ୍କ ଅଭିଯୋଗକୁ ଭର୍ତ୍ସନା କରି ପଚାରିଥିଲେ, ‘ସେ (ପିଟ୍ରୋଡା) କହିଛନ୍ତି ଯେ କଂଗ୍ରେସ ଏହି ନୀତି ଆଣିବ କି। କଂଗ୍ରେସ ଏହାର ମନିଫେଷ୍ଟରେ ଏହା କହିଛି କି। ବିଭିନ୍ନ ଚିନ୍ତାଧାରା ଉପରେ ଆଲୋଚନା ଏବଂ ବିତର୍କ ଏହି ପ୍ରାଚୀନ ବିତର୍କ ଦେଶରେ ଅନୁମତିପ୍ରାପ୍ତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri