Categories: ଜାତୀୟ

ମମତାଙ୍କ ପରେ ଆଜି ଉଦ୍ଧବଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀରେ ସରକାରୀ କର୍ମଚାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧୀଙ୍କ ସମର୍ଥନ ଲୋଡିବାକୁ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର କେଜ୍‌ରିଓ୍ବାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ, ଏହା ପରେ ସେ ଦାବି କରିଛନ୍ତି ଯେ ସେ ମମତା ସରକାରଙ୍କ ସମର୍ଥନ ପାଇଛନ୍ତି।

କେଜ୍‌ରିଓ୍ବାଲ ଟୁଇଟ କରି ଲେଖିଛନ୍ତି, ଗତକାଲି ଦିଲ୍ଲୀର ଲୋକଙ୍କୁ ମମତା ଦିଦିଙ୍କ ସମର୍ଥନ ମିଳିଛି। ଯେତେବେଳେ ମୋଦି ସରକାର ଦିଲ୍ଲୀର ଲୋକଙ୍କ ବିରୋଧରେ ସଂସଦରେ ଏକ ବିଲ ଉପସ୍ଥାପନ କରିବେ, ସେତେବେଳେ ତୃଳମୂଳ କଂଗ୍ରେସ ପାର୍ଟି ଦିଲ୍ଲୀବାସୀଙ୍କ ହକ୍‌ ପାଇଁ ଏହାକୁ ବିରୋଧ କରିବେ। ଦିଲ୍ଲୀ ଲୋକଙ୍କ ପକ୍ଷରୁ ମୁଁ ଦିଦିଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି।ଏଥିସହ ବୁଧବାର ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି କହିଛନ୍ତି।

Share