ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !

ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି । ଛୁଟି କଟାଇବା ହେଉ ଅଥବା କୌଣସି ପାର୍ଟିରେ ଉଭୟ ହାତ ଧରାଧରି ହୋଇ ପହଞ୍ଚି ଯାଉଛନ୍ତି। ଫଳରେ ଉଭୟ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ନିକଟରେ ମାଳଦ୍ୱୀପରେ ଛୁଟି କଟାଇବାକୁ ଯାଇଥିଲେ ଅନନ୍ୟା। ତାଙ୍କ ସହ ଥିଲେ ଈଶାନ ଖଟ୍ଟର। ସେଠାରୁ ଫେରିବା ପରେ ଦୀପିକାଙ୍କ ଜନ୍ମଦିନ ପାର୍ଟିରେ ଉଭୟ ନଜର ଆସିଛନ୍ତି। ପରସ୍ପରର ହାତ ଧରି ଚାଲୁଥିବା ବେଳେ କ୍ୟାମେରା ଆଗରେ ପୋଜ୍‌ ମଧ୍ୟ ଦେଇଛନ୍ତି। ଏହାର ଅନେକ ଫଟୋ ଏବେ ଭାଇରାଲ ହେଉଛି।

Share