Categories: ଜାତୀୟ

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ କୃଷ୍ଣଙ୍କ ଜମିରେ ଗୋ’ହତ୍ୟା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି। କାଶୀ ଏବଂ ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯାଉଛୁ।

ଫିରୋଜାବାଦ ଲୋକ ସଭା ଆସନ ପାଇ ଭାଜପା ପ୍ରାର୍ଥୀ ଠାକୁର ବିଶ୍ୱଦୀପ ସିଂଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, କାଶୀ ଏବଂ ଅଯୋଧ୍ୟା ପରେ ସେ ବର୍ତ୍ତମାନ ମଥୁରା ଆଡ଼କୁ ଯିବେ। କଂଗ୍ରେସକୁ ଲକ୍ଷ୍ୟ କରି ଯୋଗୀ କହିଛନ୍ତି ଯେ ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ର ଲୋକମାନେ ଭାବନ୍ତି ଯେ, ରାମ ଏବଂ କୃଷ୍ଣ କେବେ ବି ନାହାନ୍ତି। ସେ କହିଛନ୍ତି, ଗୋଟିଏ ପଟେ ମୋଦି ସରକାର ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାଶନ ଦେଉଛନ୍ତି, ଅନ୍ୟପଟେ କଂଗ୍ରେସ ଶାସନ କାଳରେ ଗରିବ ଲୋକଙ୍କର ମଧ୍ୟ ମୂଲ୍ୟ ନଷ୍ଟ ହୋଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, କାଶୀ ଏବଂ ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯାଉଛୁ। ଏସ୍‌ପିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ସେମାନେ କେବେ ବ୍ରଜ କ୍ଷେତ୍ରର ବିକାଶ ପାଇଁ କିଛି କରିଛନ୍ତି କି? ଯାଦବଙ୍କ ମଧ୍ୟରେ ସେ କେବଳ ତାଙ୍କ ପରିବାର ସଦସ୍ୟଙ୍କୁ ଉପକୃତ କରିଛନ୍ତି।

Share