Categories: ଜାତୀୟ

ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ସମାନ ସ୍ଥିତି: ଭୁଶୁଡିବା ଅବସ୍ଥାରେ ୨୮ଘର

କର୍ଣ୍ଣପ୍ରୟାଗ,୨୦।୨: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ପରେ କର୍ଣ୍ଣପ୍ରୟାଗର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡ଼ିକ ଦ୍ରୁତରେ ବଢ଼ୁଥିବାରୁ ୨୮ଟି ଘର ଭୁଶୁଡ଼ିବା ଅବସ୍ଥାକୁ ଆସିଗଲାଣି। ଚାମୋଲି ଜିଲାପାଳ ହିମାଂଶୁ ଖୁରାନା, କର୍ଣ୍ଣପ୍ରୟାଗ ଏସ୍‌ଡିଏମ୍‌ ହିମାଂଶୁ କାଫଲତିଆ, ବିଧାୟକ ଅନିଲ ନୌଟିୟାଲ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ.କେ. ଜୋଷୀ ରବିବାର ବହୁଗୁଣା ନଗର, ସୁଭାଷ ନଗର ଏବଂ ଉପର ବଜାର ଯାଇ ପ୍ରଭାବିତ ଘରଗୁଡ଼ିକୁ ଅନୁଧ୍ୟାନ କରିଛନ୍ତି। ନିରାପତ୍ତା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଥିଲେ। ପ୍ରଭାବିତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଉକ୍ତ ଘରେ କ୍ରାକୋମିଟର ଲଗାଇ ଫାଟ କେତେ ବଢ଼ୁଛି ଅନୁଧ୍ୟାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Share