ଟ୍ରେନ୍‌ ଅଟକ ରହି ହର୍ନ ମାରିବା ପରେ ପଡ଼ିଲା ଫାଟକ

ନିରାକାରପୁର,୧୯।୧(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧିନରେ ଥିବା ନିରାକାରପୁର ଲେବୁଲ କ୍ରସିଂ ଉପରେ ଗୁରୁବାର ଏକ ବଡ ଧରଣର ଅଘଟଣରୁ ଲୋକେ ବର୍ତ୍ତିଯାଇଛନ୍ତି। ଗୁରୁବାର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମେମୋ ପାସେଞ୍ଜରଟି ନିରାକାରପୁର ଲେବୁଲ କ୍ରସିଂ ଫାଟକ ପାଖରେ ପହଞ୍ଚିଥିଲା। ହେଲେ ଫାଟକ ପଡି ନ ଥିଲା। ଟ୍ରେନ୍‌ଟି ଗେଟ୍‌ ବାହାରେ କିଛି ସମୟ ଅଟକି ରହି ହର୍ନ ବଜାଇବା ପରେ ଉକ୍ତ ଫାଟକ ଜଗୁଆଳୀ ଆସି ଗେଟ୍‌ଟିକୁ ପକାଇବା ପରେ ଟ୍ରେନ୍‌ଟି ପାସ୍‌ କରିଥିଲା। ତେବେ ଗେଟ୍‌ଟି ପଡିନଥିବା ବେଳେ ଲେକେ ଲେବୁଲ କ୍ରସିଂ ଦେଇ ଯାତୟାତ କରୁଥିବା ଦେଖିବାକୁ ମିଳିଥିଲା ା ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଲୋକ ଏକ ବଡ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଜଣାପଡିଛି ା