Posted inଫୁରସତ

ପ୍ରଥମ ଦରମା ପାଇବା ପରେ ମା’ ଭଗବତୀଙ୍କ ଦର୍ଶନ କରିଥିଲି: ବିଜୟଲକ୍ଷ୍ମୀ ପାଣିଗ୍ରାହୀ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ଅଧୀନସ୍ଥ ରୁଆପଡ଼ା ଗାଁରେ ମୋ ଜନ୍ମ। ନରେନ୍ଦ୍ରପୁର ଉଚ୍ଚବିଦ୍ୟାଳୟରୁ ୧୯୯୫ରେ ଦଶମ ପାସ୍‌ କରି ବାଣପୁରରେ ଥିବା ମାମୁ ଘରେ ରହି ଗୋଦାବରୀଶ ମହାବିଦ୍ୟାଳୟରେ ପଢ଼ିଥିଲି। ସେଠାରୁ ସଂସ୍କୃତ ସମ୍ମାନରେ ସ୍ନାତକ ପଢ଼ା ସରିବା ପରେ ବାଣୀବିହାରରେ ସ୍ନାତକୋତ୍ତର କରିବାକୁ ମନରେ ଇଚ୍ଛା ରଖିଥିଲି। କିନ୍ତୁ ମା’ଙ୍କ ଦେହ ଖରାପ ଓ ଆର୍ଥିକ ଦୁରବସ୍ଥା ହେତୁ ପାଠପଢ଼ାରେ ଡୋରି ବାନ୍ଧି ବାଧ୍ୟ ହୋଇ କର୍ମ ନିଯୁକ୍ତି ଆଡ଼କୁ ମନ ବଳାଇଲି। ସେତେବେଳେ ବାଲୁଗାଁରେ ନୂଆକରି ଏକ ଆଇ.ଟି. ସେଣ୍ଟର ଖୋଲିଥାଏ। କୋର୍ସ କୋ-ଅର୍ଡିନେଟର୍‌ ପୋଷ୍ଟ ଖାଲିଥାଏ। କିନ୍ତୁ ମୋତେ କମ୍ପ୍ୟୁଟରର ‘କ’ ଅକ୍ଷର ବି ଜଣା ନ ଥାଏ। ହେଲେ ଦୃଢ଼ ବିଶ୍ୱାସ ଥାଏ ଯେ, ମୁଁ ଚାହିଁଲେ ସବୁ କରିପାରିବି। ସେୟା ହିଁ ହେଲା। ଅନୁଷ୍ଠାନର ଏମ.ଡି. ମୋର ଦୃଢ଼ ବିଶ୍ବାସ ଓ ସ୍ପଷ୍ଟବାଦିତାକୁ ଦେଖି ୧୮ ଜଣଙ୍କ ମଧ୍ୟରୁ ମୋତେ ହିଁ ଚୟନ କରିଥିଲେ। ଖୁବ୍‌ ଅଳ୍ପ ଦିନରେ ନିଜେ ସମସ୍ତ କୋର୍ସକୁ କରାୟତ୍ତ କରିନେଇ ପରେ ଶିକ୍ଷାଗ୍ରହଣ ପାଇଁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ଲାଗିଲି। ଏକ ପାରିବାରିକ ମାହୋଲ ଭିତରେ ଗୋଟିଏ ମାସ କେମିତି ବିତିଗଲା ଜାଣିପାରିଲିନି। ମାସ ଶେଷରେ ୧୫୦୦ ଟଙ୍କା ମିଳିଲା। ଖୁସିରେ ମୋ ପାଦ ତଳେ ଲାଗୁ ନ ଥିଲା। ଆଇ.ଟି. ସେଣ୍ଟରରୁ ମାମୁଘର ଥିଲା ଦୀର୍ଘ ୯ କି.ମି. ଦୂର। ପ୍ରତିଦିନ ସାଇକେଲ୍‌ରେ ଯା’ଆସ କରେ, ଭାରି କଷ୍ଟ ହୁଏ। ହେଲେ ସେଦିନ ଦରମା ପାଇବା ପରେ କେମିତି ୯ କି.ମି.ର ରାସ୍ତାକୁ ମୁଁ ଅତିକ୍ରମ କରି ମାମୁ ଗାଁରେ ପହଞ୍ଚତ୍ଗଲି ଜାଣିପାରିଲିନି। କିନ୍ତୁ ଘରକୁ ନ ଯାଇ ସିଧା ଭଗବତୀଙ୍କ ମନ୍ଦିରକୁ ଚାଲିଗଲି। ଦୀପ, ଭୋଗ କିଛି ନ କିଣି ସେଦିନ ମନ୍ଦିର ବେଢ଼ାରେ ଖୁଣ୍ଟକୁ ଆଉଜି ବସିଲି। କାରଣ ମୋ ଭିତରେ ଗୋଟିଏ ଭାବନା ରହିଛି ଯେ, ଭଗବାନ! ଯିଏ ସ୍ବୟଂ ଜ୍ୟୋତି ସ୍ବରୂପ, ତାଙ୍କ ପାଖରେ ଦୀପଟିଏ ଦେଇ ମୁଁ ତାଙ୍କର ଅପମାନ କରୁନି ତ। ସେଥିପାଇଁ ଖୁଣ୍ଟକୁ ଆଉଜି ମା’ଙ୍କୁ ମନରୁ କୃତଜ୍ଞତା ଜଣାଉଥିଲି। ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥିଲା। ସାଷ୍ଟାଙ୍ଗ ହୋଇ ପ୍ରଣାମଟିଏ କରି ଘରକୁ ଫେରିଲି। ପରଦିନ ଅଫିସରୁ ଫେରିଲାବେଳେ ଆଈ ପସନ୍ଦର ବଡ଼ ବଡ଼ ଚିଙ୍ଗୁଡ଼ି ବାଲୁଗାଁରୁ ୬ କେଜି କିଣିଲି। ୨କେଜି ମାମୁଘର ପାଇଁ ଆଉ ୪କେଜି ଆମ ଘର ପାଇଁ। କାରଣ ଆମ ଗାଁରେ ସେଦିନ ଆଶ୍ୱିନ ମାସ ଯୋଗୁଁ ଗ୍ରାମଦେବୀଙ୍କ ପାଖରେ ଷୋଳ ପର୍ବ ହେଉଥାଏ। ଚିଙ୍ଗୁଡ଼ି ପକାଇ ଏକ ଘାଣ୍ଟ ହେବ। ବାସ୍‌! ସେହି ଆଶା ନେଇ ଚିଙ୍ଗୁଡ଼ି ଧରି ଗାଁରେ ପହଞ୍ଚତ୍ଗଲି। ଏମିତି ଭାବେ ପ୍ରଥମ ଦରମାଟି ଖର୍ଚ୍ଚ କରିଥିଲି। ତେବେ ଆଇ.ଟି. ସେଣ୍ଟରରେ କିଛିଦିନ କାମ କରିବା ପରେ କୋରାପୁଟରେ ଥିବା ମାମୁଙ୍କ ପାଖକୁ ଗଲି ସେଠାକାର ଏକ ଏନ୍‌ଜିଓ ସଂସ୍ଥାରେ କାମ କରିବାକୁ। ହେଲେ ମାମୁ ରାଜି ନ ହେବାରୁ ସୁନାବେଡ଼ା ଏରୋନଟିକ୍ସ ଗାଲର୍‌ସ ହାଇସ୍କୁଲ୍‌ରେ କମ୍ପ୍ୟୁଟର୍‌ ଫାକଲ୍ଟି ଭାବେ କିଛିଦିନ କାମ କଲି ଆଉ ତା’ପରେ ଜୟପୁରସ୍ଥିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲି। ତା’ପରେ ମୋ ବାହାଘର ହେଲା। ଶାଶୁଘର ଜୟପୁରରେ ହୋଇଥିବାରୁ ପରେ ସ୍ବାମୀଙ୍କ ସହାୟତାରେ ସେଠାରେ ଏକ ବିଦ୍ୟାଳୟ ଖୋଲିଲି, ଯାହାର ନାଁ ହେଲା ସାରସ୍ବତ ବାଲ୍‌ ମନ୍ଦିର। ଅବଶ୍ୟ ତା’ରି ଭିତରେ ମୁଁ ବି.ଏଡ୍‌. କରିଦେଇଥିଲି; ଯେଉଁଥିପାଇଁ ୨୦୧୮ରେ ମୋତେ କନିଷ୍ଠ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଭାବେ କୁନ୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିଗଲା, ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। କେବଳ ଏତିକି ନୁହେଁ ଶିଶୁ କବିତା, ଛନ୍ଦ କବିତା ଓ ଗପ ଲେଖିବାରେ ମଧ୍ୟ ମୋର ଖୁବ୍‌ ରୁଚି ରହିଛି। ଏଥିସହିତ ମୁଁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଜୟପୁର ଆକାଶବାଣୀର ସାମୟିକ ଉପସ୍ଥାପିକା ଭାବେ ବି କାର୍ଯ୍ୟ କରିଛି। ଏହାଛଡ଼ା ମଞ୍ଚ ପରିଚାଳନା କରିବାରେ ବି ମୋତେ ଅନେକ ସମ୍ମାନ ମିଳିଛି। ସେହିପରି ‘ମାଟି ଓ ମା’ ଏବଂ ‘ବଡ଼ାଛତୁ’ ନାମକ ଦୁଇଟି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ବହୁ ପ୍ରଶଂସା ମଧ୍ୟ ଲଭିଛି। କେବଳ ଭଗବାନଙ୍କ ଆଶୀର୍ବାଦରୁ ଏସବୁ ସମ୍ଭବ ହୋଇପାରିଥିବାରୁ ମୁଁ ତାଙ୍କ ପାଖେ ଖୁବ୍‌ କୃତଜ୍ଞ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri