ଏହି କଥାରେ ଡରିଯାଇ ୫ ଦିନ କାନ୍ଦିଥିଲେ ହ୍ରିତିକ୍‌ ରୋଶନ

ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ରିଲିଜ୍‌ ହେବା ଇତିମଧ୍ୟରେ ୨୧ ବର୍ଷ ହୋଇଯାଇଛି। ୨୦୦୦ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ରାକେଶ ନିଜ ପୁଅ ହ୍ରିତିକ୍‌ ରୋଶନଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ତିଆରି କରିଥିଲେ। ଏହା ରାତାରାତି ହ୍ରିତିକ୍‌ଙ୍କୁ ସୁପରଷ୍ଟାର କରିଦେଇଥିଲା। ଏହା ବ୍ଲକବାଷ୍ଟର ଫିଲ୍ମ ସାବ୍ୟସ୍ତ ହେବା ପରେ ସବୁ ଦିଗରୁ ହ୍ରତିକ୍‌ଙ୍କୁ ପ୍ରଶଂସା ସାଙ୍ଗକୁ ଆଟେନ୍‌ଶନ୍‌ ବଢ଼ିଥିଲା। ଏହି ଆଟେନଶନ୍‌ ଯୋଗୁ ହ୍ରିତିକ୍‌ ବହୁତ ବ୍ୟସ୍ତ ହୋଇପଡ଼ିଥିଲେ। ସେ ଏତେମାତ୍ରାରେ ଡରିଯାଇଥିଲେ ଯେ, ୫ ଦିନ ପର୍ଯ୍ୟନ୍ତ ଏକାକି ନିଜ ରୁମ୍‌ରେ ବସି କେବଳ କାନ୍ଦିଥିଲେ। ଖାଲି ସେତିକି ନୁହେଁ ଆଗକୁ ସେ ଆଉ କାମ କରିପାରିବେ ନାହିଁ ବୋଲି ମଧ୍ୟ ବାପାଙ୍କୁ କହିଥିଲେ। ନିକଟରେ ଏକ ସାକ୍ଷାତକାରରେ ରାକେଶ ଏହି କଥା କହିଥିଲେ।

ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ମହବତେଁ’ ଏବଂ ସଲମାନ୍‌ ଖାନ୍‌ଙ୍କ ‘ହର୍‌ ଦିଲ୍‌ ଯୋ ପ୍ୟାର୍‌ କରେଗା’କୁ ପଛରେ ପକାଇ ‘କହୋନା ପ୍ୟାର୍‌ ହୈ’ ଉକ୍ତ ବର୍ଷ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା।

Share