ପ୍ରସବ ପରେ ମହିଳାଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌

କଟକ ଅଫିସ,୨୪।୭: କଟକ ଜିଲାର ଜଣେ ଗର୍ଭବତୀଙ୍କ କୋଭିଡ ରିପୋର୍ଟ ଶୁକ୍ରବାର ପ୍ରସବ ପରେ ପଜିଟିଭ୍‌ ଆସିିଛି। ଏବେ ଉଭୟ ମା’ ଓ ନବଜାତ ଶିଶୁକୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।

ସକାଳ ୯ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଏସ୍‌ସିବି ସ୍ତ୍ରୀ ଓ ପ୍ରସୁତୀ ବିଭାଗ ଆଉଟ୍‌ଡୋରକୁ ଆସିଥିଲେ। ଅଧିକ ଯନ୍ତ୍ରଣା ହେବାରୁ ଉକ୍ତ ମହିଳାଙ୍କୁ ଲେବର ରୁମ୍‌ ଆଣିବା ବାଟରେ ସେ ଷ୍ଟ୍ରେଚର ଉପରେ ହିଁ ପ୍ରସବ କରିଥିଲେ। ତେବେ ପ୍ରସବର କିଛି ସମୟ ପରେ ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟରେ ଉକ୍ତ ମହିଳାଜଣଙ୍କ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।