Posted inଜାତୀୟ

ଦିଲ୍ଲୀ ପରେ ଏବେ ସାରା ଦେଶରେ ୧୧ ଭାଷାରେ ଲାଗିଲା ମୋଦି ବିରୋଧି ପୋଷ୍ଟର…

ନୂଆଦିଲ୍ଲୀ,୩୦।୩ : ଆମ ଆଦମୀ ପାର୍ଟି (ଏଏପି) ସାରା ଦେଶରେ ୧୧ ଟି ଭାଷାରେ ମୋଦି ହଟାଓ, ଦେଶ ବଚାଓ ପୋଷ୍ଟର ଲଗାଯାଇଛି। ମାର୍ଚ୍ଚ ୩୦ ରେ ଦେଶବ୍ୟାପୀ ଏଭଳି କରାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ମୁଖ୍ୟ ତଥା ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ପୋଷ୍ଟର ଲଗାଇବାକୁ ଘୋଷଣା କରିଥିଲେ। ଆମ ଆଦମୀ ପାର୍ଟି ମାର୍ଚ୍ଚ ୩୦ରେ ସାରା ଦେଶରେ ପୋଷ୍ଟର ଲଗାଇବ। ଦଳର ସମସ୍ତ ରାଜ୍ୟ ୟୁନିଟକୁ ନିଜ ନିଜ ରାଜ୍ୟରେ ପୋଷ୍ଟର ଲଗାଇବାକୁ କୁହାଯାଇଛି। ପୋଷ୍ଟରଗୁଡିକ ୧୧ ଟି ଭାଷାରେ ମୁଦ୍ରିତ ହୋଇଛି।

ଗତ ସପ୍ତାହରେ ଜାତୀୟ ରାଜଧାନୀର କାନ୍ଥ ଏବଂ ବିଦ୍ୟୁତ ଖୁଣ୍ଟିରେ ଏହି ପୋଷ୍ଟର ଲଗାଯାଇଥିଲା। ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରି ୩୬ଟି ଏଫଆଇଆର୍‌ ପଞ୍ଜିକୃତ କରିଥିଲା। ଏହା ପରେ ଭାରତୀୟ ଜନତା ପାର୍ଟି ଜାତୀୟ ରାଜଧାନୀରେ କେଜରିୱାଲ ହଟାଓ, ଦିଲ୍ଲୀ ବଚାଓ।ର ପୋଷ୍ଟର ଲଗାଯାଇଥିଲା। ଏହା ପରେ ଅରବିନ୍ଦ କେଜରିୱାଲ ଟୁଇଟ କରି ଲେଖିଥିଲେ, ଏହି ଲୋକମାନେ ଦିଲ୍ଲୀରେ ମୋ ବିରୋଧରେ ପୋଷ୍ଟର ଲଗାଇଛନ୍ତି। ମୋର ଏଥିରେ କୌଣସି ଆପତ୍ତି ନାହିଁ। ଏକ ଗଣତନ୍ତ୍ରରେ ଜନସାଧାରଣଙ୍କ ନେତାଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ନିଜର ମତ ପ୍ରକାଶ କରିବାର ସମସ୍ତ ଅଧିକାର ରହିଛି। ଯେଉଁମାନେ ମୋ ବିରୋଧରେ ପୋଷ୍ଟର ଲଗାଉଛନ୍ତି ସେମାନଙ୍କୁ ଗିରଫ କରାଯିବା ଉଚିତ ନୁହେଁ।

କେଜରିୱାଲଙ୍କ ବିରୋଧରେ ପୋଷ୍ଟରଗୁଡିକ ଭାଜପା ନେତା ମନଜିନ୍ଦର ସିଂ ସିର୍ସା ଲଗାଇ ତାଙ୍କୁ ଅସାଧୁ ଏବଂ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରିଥିଲେ। ସିର୍ସା କହିଥିଲେ, ସେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଏକ୍ସାଇଜ ବିଭାଗରେ ସ୍କାମରେ ଜଡିତ ଅଛନ୍ତି। ଆମେ ସଚ୍ଚୋଟ ଲୋକ ଏବଂ ସୱୀକାର କରିବାକୁ ଭୟ କରୁନାହୁଁ ଯେ ଆମେ ସେମାନଙ୍କ ବିରୁଦ୍ଧରେ ପୋଷ୍ଟର ଲଗାଇଛୁ।

ଅନ୍ୟପକ୍ଷରେ, ଆମ ଆଦମୀ ପାର୍ଟି (ଏଏପି) ଜନ୍ତର ମନ୍ତରରୁ ମୋଦି ହଟାଓ, ଦେଶ ବଚାଓ ଅଭିଯାନ ଆରମ୍ଭ କରି ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri