ମନ୍ଦିର ନିର୍ମାଣ ସରିବା ପରେ ବି ମିଳୁନି ବକେୟା ଅର୍ଥରାଶି, ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ବାରିଆକଟା ଗ୍ରାମ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ଗତ ୨୦୨୩-୨୪ ଆର୍ଥିକବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟ କନିଷ୍ଠଯନ୍ତ୍ରୀ ସୁବ୍ରତ ମହାରଣାଙ୍କ ନାଁରେ କାର୍ଯ୍ୟାଦେଶ ଦିଆଯାଇ ରାଜମିସ୍ତ୍ରୀ କୈଳାସ ପ୍ରଧାନଙ୍କୁ ନିର୍ମାଣ କାମ ନିମନ୍ତେ ଦାୟିତ୍ଵ ଦିଆଯାଇଥିଲା। ଅର୍ଦ୍ଧନିର୍ମିତ ମନ୍ଦିରର ଇଟା ଯୋଡେଇ ସରିବା ପରେ ନିର୍ମାଣ କାର୍ଯ୍ୟର ମଧ୍ୟବର୍ତ୍ତୀକାଳୀନ ଖର୍ଚ୍ଚ ଅର୍ଥରାଶିର ବିଲ୍ କରାଯିବ ବୋଲି ତାଙ୍କୁ କନିଷ୍ଠଯନ୍ତ୍ରୀ କହିଥିଲେ ।

ପରେ କାର୍ଯ୍ୟାଦେଶରେ ଉଲ୍ଲେଖ ଥିବା ସମସ୍ତ ନିର୍ମାଣ କାର୍ଯ୍ୟ ସରିଲେ ହିଁ ବିଲ୍ ମଞ୍ଜୁର କରାଯାଇ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ନିର୍ମାଣ କାର୍ଯ୍ୟର ବର୍ଷାଧିକ ସମୟ ବିତିଯାଇଥିଲେ ଶ୍ରମିକମାନଙ୍କ ବକେୟା ମଜୁରୀ ୨,୩୮୦୦୦ ଟଙ୍କା ପ୍ରଦାନ କରିବାରେ ବ୍ଲକ ପ୍ରଶାସନ ଟାଳ ଟୁଳ ନୀତି ଅବଲମ୍ବନ କରିବାରୁ ଗତ ଜାନୁଆରୀ ୯ ତାରିଖରେ ଏ ନେଇ  ଗଞ୍ଜାମ ଜିଲାପାଳ, ବ୍ରହ୍ମପୁର ଅତିରିକ୍ତ ଶ୍ରମ କମିଶନର ଏବଂ ଦିଗପହଣ୍ଡି ବିଡ଼ିଓ ଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହାର କୌଣସି ସୁଫଳ ମିଳିଲା ନାହିଁ ।

ସୋମବାର ସି.ପି.ଆଇ(ଏମ) ର ପ୍ରାକ୍ତନ ଗଞ୍ଜାମ ଜିଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଆଇନଜୀବୀ କୁରେଶୁ ପଣ୍ଡା, ରାଜମିସ୍ତ୍ରୀ ୟୁନିୟନର ସମ୍ପାଦକ ଉପେନ୍ଦ୍ର ବେହେରା, ରାଜମିସ୍ତ୍ରୀ କୈଳାଶ ପ୍ରଧାନ, ସମ୍ବାରୁ ପାଇକ, ସୂର୍ଯ୍ୟମଣି ପାଇକ, ନାର୍ସୁ ପାଇକ, ବୁଲୁ ପ୍ରଧାନ ପ୍ରମୁଖ  ସୋମବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି  ଦିଗପହଣ୍ଡି ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବିଡ଼ିଓ ଉମେଶ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ଏନେଇ ପଚାରିବାରୁ ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ହେଉଥିଲା ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା…

ରିଲିଜ ହେଲା ‘ଟକ୍ସିକ’ର ପ୍ରଥମ ଗୀତ, ପ୍ରଶଂସା ସାଉଁଟୁଛନ୍ତି କିଆରା

ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର…

ରାସ୍ତା ଉନ୍ନତିକରଣ:  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତୀ ଗୋକୁଳାନନ୍ଦ

ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ…

ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ, ଏହି କାରଣ ପାଇଁ…

ବାଲେଶ୍ୱର, ୨।୩( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ। ବାଲେଶ୍ୱର ଜିଲା ନୋତିପାଟଣା ଗ୍ରାମର ଚମ୍ପାବତୀ…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

ଲାଇଭ୍ ଶୋ’ରେ କାନ୍ଦିଲେ ପାକିସ୍ତାନୀ ଆଙ୍କର, ଭାବପ୍ରବଣ ହୋଇ କହିଲେ ମୋ ପରିବାର….

ନୂଆଦିଲ୍ଲୀ,୨।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଏହା ଉଲ୍ଲେଖନୀୟ ଯେ, ଇରାନରେ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି…

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri