କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ ଦୁହିଁଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଛି। ତେବେ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ସେ ପ୍ରଥମ ଥର ପାଇଁ ଘରୁ ବାହାରକୁ ପାଦ କାଢ଼ିଛନ୍ତି। ସର୍ବ ପ୍ରଥମେ ସୋନମ ଜିମ୍‌ ଯାଇଥିଲେ। ସେଠାରେ ଜିମ୍‌ ଟ୍ରେନରଙ୍କୁ ଦେଖି ସେ ଖୁସି ପ୍ରକାଶ କରିଛନ୍ତି। ଏଥିସହ ସୋନମ ତାଙ୍କ ସହିତ ଏକ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏହାଛଡା ବାପା ଅନୀଲ କପୁର ମଧ୍ୟ ଝିଅ ସୋନମଙ୍କୁ ଜିମ୍‌କୁ ଫେରିଥିବା ଦେଖି ଖୁସିବ୍ୟକ୍ତ କରିଛନ୍ତି। ତାଙ୍କ ଫଟୋରେ ଅନୀଲ ଏକ ଥମ୍ବସ୍‌ ଓ ହାର୍ଟର ଇମୋଜି ଶେୟାର କରି ଖୁସି ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ସୋନମ ପ୍ରାୟ ସମୟରେ କିଛି ଭିଡିଓ ଓ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ଏକ ପାର୍କରେ ବୁଲୁଥିବାର ଦେଖି ୟୁଜର୍ସ ତାଙ୍କୁ କମେଣ୍ଟ କରିଥିଲେ। ସେ କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ପ୍ରଶଂସକ ଅଭିଯୋଗ ଆଣିଥିଲେ। ତେବେ ପ୍ରଶଂସକଙ୍କ ଏହି ଅଭିଯୋଗର ଉତ୍ତର ରଖି ସୋନମ କହିଥିଲେ, ଏହା କୌଣସି ପାର୍କର ଫଟୋ ନୁହେଁ। ଏହା ତାଙ୍କ ଘରର ଗାର୍ଡେନ, ଯେଉଁଠାରୁ ସେ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି।

Share