ଜେଲରୁ ଆସି ଭାଇଗିରି କରୁଥିଲେ ଦୁନିଆ

ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ବାଲିପଡ଼ା ନିକଟସ୍ଥ ନାରାୟଣପୁର ଗ୍ରାମରେ ଶୁକ୍ରବାର ରାତିରେ ଦୁନିଆ ସାହୁ, ତାଙ୍କ ଭାଇ ଆଲୋକ ସାହୁ ଓ ମା’ କୁନି ସାହୁଙ୍କୁ ସଂଘବଦ୍ଧ ଭାବେ ଘାତକ ଆକ୍ରମଣ ହୋଇଥିଲା। ସେମାନଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁନିଆଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ପୋଲିସ ଦୁନିଆ ସାହୁଙ୍କ ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଛେଦ ପାଇଁ ପଠାଇଥିଲା। ଥାନାରେ ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଉକ୍ତ ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ଓ ପୂର୍ବ ଶତ୍ରୁତା ଥିବା ପୋଲିସ କହିଛି। ଅପରାଧୀମାନେ ଚିହ୍ନଟ ହୋଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଦୁନିଆ ଓ ମା’ କୁନି ଏକ ମାମଲାରେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ। କୁନିଙ୍କୁ ଜାମିନ୍‌ ମିଳିଯାଇଥିବା ବେଳେ ପ୍ରାୟ ୧ମାସ ତଳେ ଦୁନିଆ ଜାମିନରେ ଆସିଥିଲେ। ପରେ ଦୁନିଆ ଭାଇଗିରି ଦେଖାଇବାକୁ ନିଜର ସହଯୋଗୀମାନଙ୍କୁ ନେଇ ଆପରାଧିକ କାର୍ଯ୍ୟକଳାପ ବଢ଼ାଇବାକୁ ଚେଷ୍ଟା ଚଳାଇଥିଲା। ଗାଁର ଏକ ପରିବାର ସହିତ ଦୁନିଆଙ୍କ ଶତ୍ରୁତା ରହିଥିଲା। ଏଣୁ ସେହି ପରିବାରର ଜଣେ ସଦସ୍ୟ ତା’ର ସହଯୋଗୀ ସହାୟତାରେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୂଚନା ଅନୁସାରେ, ମାର୍ଚ୍ଚ ୧୬ ତାରିଖରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ସ୍ଥିତ ଏକ ଘରେ କିଛି ଅପରାଧୀ ଲୁଚି ରହିଥିବା ପୋଲିସ ଖବର ପାଇଥିଲା। ପୋଲିସ ସେଠାରେ ଚଢ଼ଉ କରିବାରୁ ଅପରାଧୀମାନେ ବୋମାମାଡ଼ କରିଥିଲେ। ବୋମାମାଡ଼ରୁ ପୋଲିସ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଘଟଣାରେ ନିମଖଣ୍ଡି ପୋଲିସ ୫ଜଣଙ୍କୁ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ୩ଜଣ ପୁରୁଷ ଥିଲେ। ସେମାନଙ୍କ ମଧ୍ୟରେ ମା’ କୁନି ଓ ପୁଅ ଦୁନିଆ ଥିଲେ। ସେତେବେଳେ ଉଭୟ ମା’, ପୁଅ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଦୁନିଆ ସହିତ ଗାଁର ଏକ ପରିବାରର ଶତ୍ରୁତା ଲାଗି ରହିଥିଲା। ପ୍ରାୟ ୫ବର୍ଷ ହେଲା ଦୁନିଆଙ୍କ ସହିତ ଗାଁର ଅନ୍ୟ ଏକ ପରିବାର ସହିତ ତିକ୍ତତା ରହିଥିଲା। ଶୁକ୍ରବାର ସନ୍ଧ୍ୟାରେ ସେହି ପରିବାରର ଜଣେ ବ୍ୟକ୍ତି ତା’ର ସହଯୋଗୀ ସହିତ ଦୁନିଆଙ୍କ ଘରକୁ ଯାଇଥିଲେ। ସେମାନେ ଦୁନିଆଙ୍କୁ ଖଣ୍ଡାରେ ହାଣିବା ସହିତ ମା’ କୁନି ଓ ସାନପୁଅ ଆଲୋକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ଜଣ ଗୁରୁତର
ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri