ସ୍ବଚ୍ଛତା ଦିବସରେ ସଫେଇ ପରେ ପୁଣି ଆବର୍ଜନାପୂର୍ଣ୍ଣ ସୁନାରୀ ବନ୍ଧ

ବ୍ରହ୍ମପୁର ଅଫିସ,୯।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବଚ୍ଛତା ଦିବସ ଅବସରରେ ସହରର ବିଭିନ୍ନ ପୋଖରୀଗୁଡିକୁ ସଫେଇ କାର୍ଯ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହରରେ ମୋଟ ୪୨ ପୋଖରୀ ରହିଛି। ପ୍ରତ୍ୟେକ ମାସ ମଙ୍ଗଳବାର ବିଭିନ୍ନ ପୋଖରୀଗୁଡିକର ସଫେଇ ନିମନ୍ତେ ପଦକ୍ଷେପ ନିଆଯାଇଛି। ଗତ ୧ ତାରିଖରେ ଗଞ୍ଜାମ ଜିଲାପାଳ, ବିଏମ୍‌ସି କମିଶନର,ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ବିଏମ୍‌ସି ୱାର୍ଡ ନଂ.୨୪ ଅନ୍ତର୍ଗତ ସୁନାରୀ ବନ୍ଧ ସଫେଇ କାର୍ଯ୍ୟ କରାଯାଇଥିଲା। ଯେଉଁଥିରେ ଖୋଦ ଜିଲାପାଳ ପୋଖରୀ ସଫେଇ କରିଥିଲେ। ପୋଖରୀରେ ପଡି ରହିଥିବା ଅଳିଆ ଆବର୍ଜନା ଓ ବିଭିନ୍ନ ପୂଜା ସାମଗ୍ରୀ ସଫା କରାଯାଇଥିଲା। କିନ୍ତୁ ସେହି ଦିବସ ପରେ ପୋଖରୀରେ ପୁଣି ପୂର୍ବଭଳି ଅଳିଆ ଆବର୍ଜନା ଓ ବିଭିନ୍ନ ପୂଜା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି। ସ୍ବଚ୍ଛତା ଦିବସ ପାଳନ ସମୟରେ ପୋଖରୀ ସଫେଇ ନେଇ ସଚେତନ କରାଗଲା ସତ, କିନ୍ତୁ ସବୁଦିନିଆ ସଫେଇ ପାଇଁ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ପାହାଚଠାରୁ ଆରମ୍ଭ କରି ପାଣି ମଧ୍ୟରେ କୁଢ କୁଢ ଆବର୍ଜନା ପଡିରହିଛି। ଏପରିକି ଗାଧୁଆ ତୁଠ ମଧ୍ୟ ପରିଷ୍କାର ନାହିଁ। ଭିତରେ ଘାସବୁଦା ଉଠି ଅଧିକାଂଶ ଅଂଶ ପୋତି ହୋଇଯାଇଛି। ଅନ୍ୟପଟେ ପୋଖରୀକୁ ଲାଗି ୨ଟି ମନ୍ଦିର ରହିଥିବା ବେଳେ ମନ୍ଦିରର ସମସ୍ତ ପୂଜା ସାମଗ୍ରୀ ପଡି ପାଣି ଦୂଷିତ ହେଉଥିବା ନଜିର ରହିଛି। ଯାହାଦ୍ୱାରା ଏହା ଉପରେ ନିର୍ଭର କରୁଥିବା ବହୁ ବାସିନ୍ଦା ଚର୍ମ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ପୋଖରୀର ପୁନରୁଦ୍ଧାର କିମ୍ବା ସଫେଇ ନିମନ୍ତେ ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏହା ପାର୍ଶ୍ୱରେ କେବଳ ତାରଜାଲି ଲଗାଯାଇଥିବା ବେଳେ ପୋଖରୀ ସଫେଇ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ କାୈଣସି ଦିବସ ପାଳନ ଅବସରରେ ସଫେଇ କାର୍ଯ୍ୟ ହାତକୁ ନିଆଯାଉଛି। ଏହାପରେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏଣୁ ପୋଖରୀ ସଫେଇ କ୍ଷେତ୍ରରେ ବିଏମ୍‌ସି କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତଙ୍କୁ ପଚାରିବାରୁ ସଫେଇ ଲାଗି ଆକ୍ଟିଭ୍‌ ଆକ୍ସନ ଟିମ୍‌ ଗଠନ କରାଯିବ । ତା’ପରେ ସଫେଇ ଲାଗି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri