Categories: ଖେଳ

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ ସାମିଲ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି, ଯାହା କାହାକୁ ହସାଇବ। ପିଟରସେନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ରିକେଟ ମ୍ୟାଚର ଏହି ଭିଡିଓ ଇଂଲଣ୍ଡର ବୋଲି ଜଣାପଡିଛି। ଏଥିରେ ପୁରାତନ ଖେଳାଳିମାନେ ଖେଳୁଥିବାର ଦେଖାଯାଉଛି। ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ ହେବାରୁ ରାଗରେ ନିଜ ବ୍ୟାଟ୍‌କୁ ନିଜ ସାଥୀ ଖେଳାଳିଙ୍କ ଆଡକୁ ଫିଙ୍ଗି ଦିଅନ୍ତି। ବ୍ୟାଟ୍‌ ସିଧା ତାଙ୍କ ପାଟିରେ ବାଜିଥିଲା। ପରେ ବ୍ୟାଟ୍ସମ୍ୟାନ ନିଜର ଭୁଲ ଅନୁଭବ କରନ୍ତି ଏବଂ ସେ ସାଥୀ ବ୍ୟାଟ୍ସମ୍ୟାନ ନିକଟକୁ ଦୌଡ଼ନ୍ତି। ଖୁସିର କଥା, ମୁହଁରେ ଆଘାତ ପାଇବା ପରେ ମଧ୍ୟ ସେ ସୁସ୍ଥ ଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି।
ପିଟରସେନ ମଧ୍ୟ ଏହି ଭିଡିଓ ଦେଖିବା ପରେ ହସିବା ବନ୍ଦ କରିପାରି ନ ଥିଲେ ଏବଂ ଏହାକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିବା ସହିତ ହସୁଥିବା ଇମୋଜି ମଧ୍ୟ ରଖିଥିଲେ। ତାଙ୍କର ଏହି ପୋଷ୍ଟରେ ଅନେକ ପୂର୍ବତନ ଭେଟେରାନ ମଧ୍ୟ ମଜାଳିଆ କମେଣ୍ଟ ଦେଇଛନ୍ତି।

 

Share