୧୨ ଜଣଙ୍କଠାରୁ ପ୍ରତାରିତ ହେବା ପରେ ଏମିତି କହିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ୧୯୯୪ରେ ସେ ମିସ୍‌ ଇଣ୍ଡିଆ, ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ। ସେ ଐଶ୍ୱର୍ଯ୍ୟା ରାୟଙ୍କୁ ହରାଇ ଏହି ସଫଳତା ପାଇଥିଲେ। ୫ ଫୁଟ ୯ ଇଞ୍ଚର ସୁସ୍ମିତାଙ୍କୁ ନିକଟରେ ‘ଆର଼୍ୟା’ ଫିଲ୍ମ ସିରିଜ୍‌ରେ ଦେଖିବାକୁ ମିଳିଥିଲା।
ମହେଶ ଭଟ୍ଟଙ୍କ ଫିଲ୍ମ ‘ଦସ୍ତକ’ରୁ ସୁସ୍ମିତା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ବିବି ନଂ.୧, ବଓ୍ବେଫା, ମୈନେ ପ୍ୟାର କୁଁ୍ୟ କିୟା, ଜିନ୍ଦେଗୀ ରକ୍ସ, ନୋ ପ୍ରବ୍ଲମ, ଦୁହ୍ଲା ମିଲ୍‌ଗୟା ଆଦି ସିନେମାରେ କାମ କରିଛନ୍ତି। ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ହରାଇଥିବା ସୁସ୍ମିତାଙ୍କ ଜୀବନ ବିବାଦରେ ପରିପୂର୍ଣ୍ଣ ଥିଲା। ସୁସ୍ମିତା ତାଙ୍କ କ୍ୟାରିୟରରେ ୧୨ରୁ ଅଧିକ ଅଭିନେତା ଏବଂ ବ୍ୟବସାୟୀଙ୍କୁ ଡେଟ୍‌ କରିଛନ୍ତି। ଏମାନଙ୍କ ମଧ୍ୟରେ ଅନିଲ ଅମ୍ବାନୀ, ବିକ୍ରମ ଭଟ୍ଟ, ରଣଦୀପ ହୁଡ୍ଡାଙ୍କ ନାମ ରହିଛି। ଏକ ସାକ୍ଷାତକାରରେ ସୁସ୍ମିତା କହିଥିଲେ ବୟସ୍ମ ଲୋକମାନେ ପ୍ରତାରଣା ଦେଇଥାନ୍ତି। ସେ ପ୍ରତିରିତ ହୋଇ ସାରିଥିବା ମଧ୍ୟ କହିଥିଲେ। ବର୍ତ୍ତମାନ ସୁସ୍ମିତା ପରିବାର ଏବଂ ନିଜଠାରୁ ୧୭ ବର୍ଷ ସାନ ପ୍ରେମିକ ରୋହମନ ଶାଲଙ୍କ ସହ ସମୟ ବିତାଉଛନ୍ତି।

Share