ମାଡ଼ ପରେ ମୁହଁ ଖୋଲିଲେ ଅଫିସର, କହିଦେଲେ ସାଂଘାତିକ କଥା

ଭୁବନେଶ୍ୱର, ୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ମରାଣାତ୍ମକ ଆକ୍ରମଣ ହୋଇଛି। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଆକ୍ରମଣକାରୀମାନେ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ, ଯେଉଁଥିରେ ତାଙ୍କୁ ଲାତ ଓ ମୁଥ ମଧ୍ୟ ମରା ଯାଇଥିଲା।

ଏହି ଘଟଣା ସମ୍ପର୍କରେ ଅଫିସର ରତ୍ନାକର ଖାରବେଳ ନଗର ଥାନାରେ ଏକ ଏଫଆଇଆର ଦାଖଲ କରିଛନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନିଜଣ ଅଭିଯୁକ୍ତ – ଜୀବନ ରାଉତ (ଜଣେ ଭାଜପା କର୍ପୋରେଟର), ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଏହି ଆକ୍ରମଣ ଜଣେ ସ୍ଥାନୀୟ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ସହ ସାହୁଙ୍କର ଏକ ଫୋନ କଥାବାର୍ତ୍ତାକୁ ନେଇ ହୋଇଥିବା ଜଣାପଡ଼ିଛି। ତେବେ, ଭାଜପା ନେତା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ତେବେ ଏହି ଘଟଣାରେ ଖୋଦ୍‌ ଅଫିସର ରତ୍ନାକର ସାହୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି। ଯେହେତୁ କମିଶନର ସାର୍‌ ନାହାନ୍ତି ତେଣୁ ଏହି ଦାୟିତ୍ୱ ମୁଁ ତୁଲାଉଥିଲି। କାମ ସରୁ ସରୁ କର୍ପୋରେଟର ଜୀବନ ବାବୁ ଆଉ ୫ଜଣ ଅଫିସ ଭିତରକୁ ପଶି ଆସିଲେ। ମୋତେ ଲାଗିଲା ସେମାନେ ଗ୍ରୀଭାନ୍ସ ଦେବେ, ହେଲେ ଜୀବନ ବାବୁ ରୋକଠୋକ୍‌ ପଚାରିଲେ, ଆପଣ ଆମ ଜଗା ଭାଇଙ୍କୁ କ’ଣ କହିଲେ? ଆପଣ ତାଙ୍କୁ ର୍ଦୁବ୍ୟବହାର କରିଛନ୍ତି। ମୁଁ କହିଲି, କିଛି କହିନି। ତା’ ପରେ ମୋତେ ସମସ୍ତେ ଟାଣି ଟାଣି ଗାଡ଼ି ଭିତରକୁ ନେବାକୁ ବାହାରିଲେ। ମୋତେ ଅଫିସରୁ ଘୋଷାଡି ଘୋଷାଡି ମୁଥ ମାରି ଗ୍ରାଉଣ୍ଡ ଫ୍ଲୋର ଯାଏ ଆଣିଲେ।

ଏହି ଘଟଣା ରାଜ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଛି। ବିଜୁ ଜନତା ଦଳ (ବିଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣକୁ “ଅତ୍ୟନ୍ତ ନିନ୍ଦନୀୟ” ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। କଂଗ୍ରେସ ଦଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। BMC ମେୟର ସୁଲୋଚନା ଦାସ ଏହି ଘଟଣାକୁ “ଦୁର୍ଭାଗ୍ୟଜନକ” ବୋଲି କହି କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଦାବି କରିଛନ୍ତି।

ଏହି ଘଟଣାର ପ୍ରତିବାଦରେ BMC କର୍ମଚାରୀ ଓ ଅଧିକାରୀମାନେ ମଙ୍ଗଳବାର କାର୍ଯ୍ୟ ବନ୍ଦ କରି କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ଆଡ଼ମିନିଷ୍ଟ୍ରେଟିଭ ସର୍ଭିସ (OAS) ଆସୋସିଏସନ ମଧ୍ୟ ଏହି ଘଟଣାର ବିରୋଧରେ ମଙ୍ଗଳବାରଠାରୁ “ସମୂହ ଛୁଟି” ଘୋଷଣା କରିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଏହାକୁ ସ୍ଥଗିତ ରଖିଛନ୍ତି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ତଥା ଦେଶବ୍ୟାପୀ ଏହା ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶା ଭାଜପା ଏହି ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତ କର୍ପୋରେଟର ଜୀବନ ରାଉତ ସମେତ ପାଞ୍ଚଜଣ ଦଳୀୟ କର୍ମୀଙ୍କୁ ସସ୍ପେଣ୍ଡ କରିଛି। ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri