ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା ମୁଖାପିନ୍ଧା ବ୍ୟକ୍ତି ଗୁଳି କରି ହତ୍ୟା କରିବାରୁ ଉତ୍ପନ୍ନ ହୋଇଛି। ଆସନ୍ତା ବର୍ଷ ଫେବୃଆରୀ ୧୨ରେ ବାଂଲାଦେଶରେ ନିର୍ବାଚନ ହେବାକୁ ଅଛି। ଏହା ପୂର୍ବରୁ ଇନ୍‌କିଲାବ ମଞ୍ଚ ନେତା ହାଦି ଗାଦିଚ୍ୟୁତ ନେତ୍ରୀ ତଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଗତ ୧୨ ତାରିଖରେ ଆୟୋଜିତ ଏକ ସଭାରେ ଯୋଗଦେଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଢାକାରେ ଅତ୍ୟାଧୁନିକ ଚିକିତ୍ସାର ଅଭାବ ଯୋଗୁ ହାଦିଙ୍କୁ ସିଙ୍ଗାପୁର ନିଆଯାଇଥିଲା, ଯେଉଁଠାରେ ୬ ଦିନ ପରେ ତାଙ୍କର ମୃତ୍ୟୁ ଘଟିଲା। ସୂଚନା ଦିଆଯାଇପାରେ ଯେ, ୨୦୨୪ ଅଗଷ୍ଟରେ ତତ୍‌କାଳୀନ ହାସିନା ସରକାରଙ୍କ ବିରୋଧରେ ହୋଇଥିବା ବିଦ୍ରୋହରେ ହାଦି ନେତୃତ୍ୱ ନେବାରେ ଆଗରେ ଥିଲେ। ହାଦିଙ୍କ ମୃତ୍ୟୁ ବିଷୟ ପ୍ରଘଟ ହେବା ପରେ ବାଂଲାଦେଶବ୍ୟାପୀ ଅଶାନ୍ତି ସୃଷ୍ଟି ହୋଇଛି। ଏପରିକି ଉତ୍ତ୍ୟକ୍ତ ଲୋକମାନେ ‘ପ୍ରୋଥୋମ ଆଲୋ’ ଓ ‘ଡେଲି ଷ୍ଟାର’ ଖବରକାଗଜ କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିବା ବେଳେ ପ୍ରବଳ ଭାରତ ବିରୋଧୀ ମନୋଭାବ ପ୍ରଦର୍ଶିତ ହୋଇଛି। ଏହି ଦୁଇ ଖବରକାଗଜ ଭାରତ ସପକ୍ଷବାଦୀ ଭାବେ ବାଂଲାଦେଶରେ ପରିଚିତ। ଏଭଳି ସ୍ଥଳେ ଯେଉଁ ଦ୍ୱିତୀୟ ଘଟଣା ସ୍ଥିତିକୁ ସଙ୍ଗିନ କରିଦେଇଛି ତାହା ହେଲା ମୟମନ୍‌ ସିଂ ଜିଲାରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ କିଛି ଲୋକ ପିଟି ମାରିଦେବା ପରେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଛନ୍ତି। ଦୀପୁଚନ୍ଦ୍ର ଇସ୍‌ଲାମ ବିରୋଧୀ ମତ ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଦୀପୁଙ୍କ ହତ୍ୟା ଭାରତରେ ମଧ୍ୟ ପ୍ରଭାବ ପକାଇପାରେ। ହିନ୍ଦୁ ଧ୍ୱନି ଦେଉଥିବା ରାଜନୈତିକ ଗୋଷ୍ଠୀ ଏହି ଘଟଣାର ଲାଭ ଉଠାଇବା ପାଇଁ ଚେଷ୍ଟା କରିବା ସ୍ବାଭାବିକ। କିନ୍ତୁ ଏହିଭଳି କ୍ଷୁଦ୍ର ରାଜନୈତିକ ମନୋଭାବ ପ୍ରଦର୍ଶନ ଭାରତର ଦୀର୍ଘମିଆଦୀ ବହିର୍ବ୍ୟାପାର ନୀତିକୁ କ୍ଷତି ପହଞ୍ଚାଇବ।
ଗତବର୍ଷ ବାଂଲାଦେଶ ଜଳୁଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ହାସିନା ଭାରତ ଆସି ଏଠାରେ ଆଶ୍ରୟ ନେଇଛନ୍ତି। ଗତ ୧୭ ନଭେମ୍ବରରେ ତାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ବାଂଲାଦେଶରେ ଆଭ୍ୟନ୍ତରୀଣ ଯୁଦ୍ଧଜନିତ ଅପରାଧକୁ ତଦନ୍ତ କରିବା ଲାଗି ଗଠିତ ଇଣ୍ଟରନ୍ୟାଶନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇସିଟି) ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଏହି ରାୟର ମାସକ ମଧ୍ୟରେ ହାଦିଙ୍କୁ ହତ୍ୟା କରାଯିବା ସେଠାକାର ଅନ୍ତରୀଣ ସରକାର ଭାରତକୁ ସନ୍ଦେହାତ୍ମକ ଦୃଷ୍ଟିରେ ଦେଖିଛି। ହତ୍ୟା ପଛରେ ଭାରତର ହାତ ରହିଥିବା ବିଷୟ ମଧ୍ୟ ଆଲୋଚନା ହେଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଡ଼ୋଶୀ ଦେଶରେ ସୃଷ୍ଟ ଆଭ୍ୟନ୍ତରୀଣ ସଙ୍କଟ ଭିତରକୁ ଭାରତ ଯେଉଁଭଳି ପ୍ରବେଶ କରୁଥିବା ଧାରଣା ସୃଷ୍ଟି ହେଉଛି ତାହା ଦ୍ୱାରା ଭାରତର ଭବିଷ୍ୟତରେ ପଡ଼ୋଶୀ ଦେଶଗୁଡ଼ିକ ସହ ଅଧିକ ସମସ୍ୟା ବୃଦ୍ଧି ପାଇପାରେ। ବାଂଲାଦେଶ ଘଟଣାରୁ ସ୍ପଷ୍ଟ ବୁଝାପଡୁଛି ଯେ ଭାରତର ଗୋଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଫଳ ହେବାରେ ଲାଗିଛି। ଭାରତ ପ୍ରତି ଆଭିମୁଖ୍ୟ ଅନ୍ୟ ଦେଶର ଜନସାଧାରଣଙ୍କର ସକାରାତ୍ମକ ହେବା ପରିବର୍ତ୍ତେ ନକାରାତ୍ମକ ହେଉଛି। କେବଳ ବ୍ୟବସାୟିକ ସ୍ବାର୍ଥକୁ ଦେଖି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ଯେଉଁଭଳି ସମ୍ବନ୍ଧ ସୃଷ୍ଟି କରାଯାଉଛି, ସେଥିରେ ସେହି ଦେଶର ଶାସକ ଗୋଷ୍ଠୀଙ୍କୁ ଭାରତ ସାଙ୍ଗରେ ନେଇପାରୁଛି। ଯେତେବେଳେ ସେହି ଶାସକଙ୍କ ପତନ ଘଟୁଛି, ସେତେବେଳେ ଭାରତଠାରୁ ସେଠାକାର ଜନସାଧାରଣ ଦୂରେଇ ଯାଉଛନ୍ତି ଏବଂ ଶତ୍ରୁତା ସୃଷ୍ଟି ହେଉଛି। ବାଂଲାଦେଶର ଘଟଣା ଏହିଭଳି ଦୁର୍ବଳ ସରକାରୀ ନୀତି ପରିଚାଳନାର ଏକ ଦୃଷ୍ଟାନ୍ତ। ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତର ଭୂମିକା ବିଷୟ ସମସ୍ତେ ଜାଣନ୍ତି। ତାହା ଏକ ରାଷ୍ଟ୍ର ମାନ୍ୟତା ପାଇବା ପରେ ଭାରତ କେବଳ ତା’ର ବହିର୍ବ୍ୟାପାର ନୀତି ଅନୁଯାୟୀ ସମ୍ପର୍କ ସ୍ଥାପନ କରିବା କଥା। କିନ୍ତୁ ହାସିନାଙ୍କୁ ପୂର୍ବରୁ ସମର୍ଥନ ଓ ଏବେ ଆଶ୍ରୟ ଦେବାରୁ ତାହା ବାଂଲାଦେଶର ଅନ୍ତରୀଣ ସରକାରକୁ କ୍ଷୁବ୍ଧ କରିବା ସ୍ବାଭାବିକ। ବିଶ୍ୱ ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ପାକିସ୍ତାନ ହେଉ କିମ୍ବା ଅନ୍ୟ ଆରବ ଦେଶରେ ମୁଖିଆମାନଙ୍କ ଉପରେ ଚଡ଼କ ପଡ଼ିଲେ ସେମାନେ ବ୍ରିଟେନ କିମ୍ବା ଅନ୍ୟ ଦୂର ରାଷ୍ଟ୍ରଗୁଡ଼ିକୁ ଆଶ୍ରୟ ନେବାକୁ ଚାଲି ଯାଇଥାଆନ୍ତି। ହାସିନାଙ୍କ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ତାଙ୍କୁ ଆଶ୍ରୟ ଦେବାକୁ ମନା କରିଦେବାରୁ ବାଧ୍ୟ ହୋଇ ସେ ଭାରତକୁ ଆସିଥିଲେ। ବାଂଲାଦେଶର ଅତି ନିକଟ ପଡ଼ୋଶୀ ହୋଇଥିବାରୁ ସାମାନ୍ୟ ବିଭ୍ରାଟ ଘଟିଲେ ଭାରତର ଭୂମିକା ସନ୍ଦେହ ଘେରକୁ ଆସିଯାଉଛି। ଦୀପୁଚନ୍ଦ୍ରଙ୍କୁ ଯେଭଳି ବୀଭତ୍ସ ଭାବେ ହତ୍ୟା କରାଯାଇ ଗଛରେ ଟାଙ୍ଗି ଜାଳିଦିଆଗଲା ସେଥିରୁ ଭାରତୀୟ ନେତୃତ୍ୱ ବୁଝିଯିବା ଦରକାର ଯେ ହାସିନାନିଆଁ ଦୀର୍ଘ ଦିନ ଅଣ୍ଟାରେ ପୂରାଇ ରଖିଲେ ଦୁଇ ଦେଶର ସମ୍ପର୍କ ଆହୁରି ବିଗିଡ଼ିଯିବ। ଏହା ଜଣାଶୁଣା ଯେ ହାସିନା କ୍ଷମତାକୁ ଆସିବା ପରେ ବାଂଲାଦେଶରେ ଥିବା ହିନ୍ଦୁମାନେ କ୍ଷମତାଶାଳୀ ହେବା ସହ ଅନେକାଂଶରେ ସେମାନଙ୍କ ଦୌରାତ୍ମ୍ୟ ବଢ଼ିଯାଇଥିଲା। ତତ୍‌ସହିତ ହାସିନାଙ୍କ ସରକାର ଆଦାନୀ କମ୍ପାନୀଠାରୁ ବର୍ଦ୍ଧିତ ମୂଲ୍ୟର ବିଦ୍ୟୁତ୍‌ଶକ୍ତି କିଣିବା ଫଳରେ ସେଠାକାର ଜନସାଧାରଣ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ।
ଗତବର୍ଷ ବାଂଲାଦେଶରେ ଅପ୍ରୀତିକର ସ୍ଥିତି ଉପୁଜିବା ପରେ ସେଠାକାର ଅନ୍ତରୀଣ ସରକାର ଭାରତଠାରୁ ସମ୍ପର୍କ ହ୍ରାସ କରି ପାକିସ୍ତାନ ଓ ଚାଇନା ସହ ସମ୍ବନ୍ଧ ଯଥେଷ୍ଟ ବଢ଼ାଇଛି। ଏଠି ମନେପଡ଼େ କିଛି ବର୍ଷ ତଳେ ମ୍ୟାନ୍‌ମାର (ବର୍ମା) ବ୍ୟାପାରରେ ଭାରତ କିଭଳି ସେହି ସମାନ ଧରଣର ଭୁଲ୍‌ କରିଥିଲା। ସେଠାକାର ଲୋକଙ୍କ ସ୍ବାର୍ଥକୁ ନ ଦେଖି ସାମରିକ ସରକାର ସହ ସମ୍ବନ୍ଧ ବଢ଼ାଇଛି। ଫଳରେ ମ୍ୟାନ୍‌ମାରବାସୀ ଭାରତୀୟଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଭବିଷ୍ୟତରେ ବର୍ମାର ସାମରିକ ଜୁଣ୍ଟା ସୁନିଶ୍ଚିତ କ୍ଷମତାରୁ ବିଦା ହେବେ, ଏଥିରେ କାହାରି ମନରେ ସନ୍ଦେହ ରହିବାର ପ୍ରୟୋଜନ ନାହିଁ। ସେଠାକାର ଜନସାଧାରଣ ଚିରସ୍ଥାୟୀ। ଭାରତର ବୈଦେଶିକ ନୀତିରେ ମ୍ୟାନ୍‌ମାରର ଜନସାଧାରଣଙ୍କୁ ଅଣଦେଖା କରି ଜୁଣ୍ଟାକୁ ଯେଉଁଭଳି ପ୍ରାଧାନ୍ୟ ଦିଆଯାଉଛି, ତାହାର ପରିଣାମ ସମୟ ଆସିଲେ ଭାରତକୁ ଭୋଗିବାକୁ ପଡ଼ିବ। ଅର୍ଥାତ୍‌ ଅଳ୍ପକିଛି ଦୂରଦୃଷ୍ଟିବିହୀନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିବା ଭାରତୀୟ ବୈଦେଶିକ ନୀତିରେ ଆମୂଳଚୂଳ ତ୍ରୁଟି ଥିବାରୁ ଦେଶର ଭବିଷ୍ୟତ ଜଟିଳ ଆଡ଼କୁ ଠେଲି ହୋଇଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri