କିଛି ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ, ହରାଇ ପାରନ୍ତି ଆଖି

ନ୍ୟୁୟର୍କ,୧୩ ।୮: ନାମୀଦାମୀ ଲେଖକ ସଲମାନ ରୁଶିଦଙ୍କ ଉପରେ ଆମେରିକାର ନ୍ୟୁୟର୍କରେ ଆକ୍ରମଣ ହୋଇଛି । ଭାରତୀୟ ମୂଳ ବାସିନ୍ଦା ସଲମାନ ରୁଶିଦଙ୍କ ଉପରେ ହଠାତ୍ କେହି ଦୁର୍ବୁତ୍ତ ଆମେରିକାର ନ୍ୟୁୟର୍କରେ ଛୁରିରେ ଆକ୍ରମଣ କରିଥିଲେ । ଆହତ ହୋଇଥିବା ରୁଶିଦଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ହସ୍ପିଟାଲ ପକ୍ଷରୁ ମିଳିଥିବା ଅପଡେଟ ସୂଚନା ଅନୁଯାୟୀ, ରୁଶିଦଙ୍କର କିଛି ଘଣ୍ଟା ଧରି ଅପରେଶନ କରାଯାଇଥିଲା । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି ।
ନ୍ୟୁଜ ଏଜେନ୍ସି ରଏଟର୍ସ ସଲମାନ ରୁଶିଦଙ୍କ ପୁସ୍ତକ ଏଜେଣ୍ଟ ମାଧ୍ୟମରେ ତାଙ୍କ ହେଲ୍‌ଥ ଅପଡେଟ ଦେଇଛି । ଏଥିରେ କୁହାଯାଇଛି ସଲମାନ ରୁଶିଦଙ୍କର ଘଣ୍ଟା ଘଣ୍ଟା ଅପରେଶନ ପରେ ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ଗୋଟିଏ ଆଖି ଖରାପ ହେବାର ସମ୍ଭାବନା ରହିଛି । ଏବେ ତାଙ୍କ ସ୍ୱାସ୍ଥ୍ର‌୍ୟପ୍ରତି ବିପଦ ନାହିଁ । ସେ ଶୀଘ୍ର ସୁସ୍ଥ ହେବାକୁ ଡାକ୍ତର ଚେଷ୍ଟା ଚଳାଇଛନ୍ତି ।

Share