Categories: ଜାତୀୟ

ବିଧାନସଭାରେ ମାରପିଟ ଘଟଣାରେ ୭ଭାଜପା ବିଧାୟକ ଆହତ

କୋଲକାତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ଶେଷ ଦିନରେ ଗୃହରେ ଉତ୍ତେଜନା ଦେଖାଦେଇଛି। ଭାଜପା ବୀରଭୂଇଁ ହିଂସା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ବେଳେ ଟିଏମ୍‌ସି ବିଧାୟକମାନେ ମାରପିଟ୍‌ ଓ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭାଜପାର ୭ଜଣ ବିଧାୟକ ଆହତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାରେ ବିଧାନସଭାରେ ଶୁଭେନ୍ଦୁ ଅଧିକାରୀ ସମେତ ଭାଜପାର ୫ଜଣ ବିଧାୟକଙ୍କୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।

Share