ଅମିତ୍‌ଙ୍କ ପରେ ଆଇପିଏଲ୍‌ରୁ ବାହାରିଲେ ଆଉ ଜଣେ ଭାରତୀୟ ଷ୍ଟାର୍‌ ଖେଳାଳି

ଦୁବାଇ, ୫।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପରେ ଏବେ ଆଇପିଏଲ୍‌ର ଆଉ ଏକ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ଖରାପ ଖବର। ହାଇଦ୍ରାବାଦ୍‌ ଦଳର ସବୁଠାରୁ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ରୁ ବାହାରି ଯାଇଛନ୍ତି। ଭୁବନେଶ୍ୱରଙ୍କ ଜଂଘରେ ଆଘାତ ଲାଗିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୧୯ତମ ଓଭର ବୋଲିଂ କରୁଥିବାବେଳେ ତାଙ୍କ ଜଂଘରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି କାରଣରୁ ସେ ନିଜ ଓଭର ପୁରା ବୋଲିଂ କରି ପାରି ନ ଥିଲେ ଏବଂ ଅଧାରୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ଯେଉଁଥି ପାଇଁ ତାଙ୍କୁ ଚଳିତ ଆଇପିଏଲ୍‌ର ବଳକା ମ୍ୟାଚ୍‌ରୁ ବାହାର ହେବାକୁ ପଡ଼ିଛି। ଏହି ଡାହାଣହାତୀ ଦ୍ରୁତ ବୋଲର ମଧ୍ୟ ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଖବର ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି, ‘ବୋଧହୁଏ ଭୁବନେଶ୍ୱରଙ୍କ ଆଘାତ ଗ୍ରେଡ୍‌-୨ କିମ୍ବା ଗ୍ରେଡ୍‌-୩ ସ୍ତରର। ଯାହାର ଅର୍ଥ ତାଙ୍କୁ ସୁସ୍ଥ ହେବାକୁ ୬ରୁ ୮ ସପ୍ତାହ ସମୟ ଲାଗିପାରେ। ଫଳରେ ସେ ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।’
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ସ୍ପିନର ଅମିତ୍‌ ମିଶ୍ରା ମଧ୍ୟ ଆଙ୍ଗୁଠିରେ ଆଘାତ କାରଣରୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଚେସ୍‌ରୁ ୮.୮ ଲକ୍ଷ ଟଙ୍କା

ଚେନ୍ନାଇ, ୨୭ା୪ (ପି.ଟି.)-ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରୁ ୮.୮ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ କ୍ରିକେଟର...

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ...

ଦୁଲୀପ୍‌ ଟ୍ରଫି ଲୋମରରଙ୍କ ଶତକ: ଇଣ୍ଡିଆ ରେଡ୍‌ର ଦୃଢ଼ ଜବାବ

ବେଙ୍ଗାଲୁରୁ,୧।୯ (ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ଗ୍ରୀନ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ମିଡଲ...

ଧୋନୀଙ୍କ ପ୍ରଥମ ରୋଜଗାର କେତେ ଟଙ୍କା ଥିଲା ଜାଣନ୍ତି କି

ମହେନ୍ଦ୍ର ସିଂ ଧୋନୀ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର...

ଯୁବରାଜଙ୍କୁ ଦେଖି ଷ୍ଟାଡିୟମ୍‌ରେ ଡେଇଁବାକୁ ଲାଗିଲେ ଏହି ଶିଶୁ: କହିଲେ…

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ୍‌ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତକରି ଟାଇଟେଲ...

ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ...

ରୋହିତଙ୍କ ୧୦ ହଜାର ରନ୍‌

ହାମିଲଟନ,୨୯।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ୬୫ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଅବସରରେ ଏକ...

Advertisement
Archives

Model This Week