ଏକ ମାସ ଜେଲରେ ରହିବା ପରେ ଜଣାଗଲା ନାବାଳକ

ବ୍ରହ୍ମପୁର ଅଫିସ,୫ା୮:ବେଆଇନ ଭାବେ ମଦ ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳକାରାଗାରରେ ଏକ ମାସ ବିଚାରାଧୀନ ବନ୍ଦୀ ଭାବେ ରହିବା ପରେ ଜଣେ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇଛି। କୋର୍ଟ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ମଣ୍ଡଳ କାରାଗାରରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇଥିଲା। ଗତ ୧ ତାରିଖରେ ଉକ୍ତ ନାବାଳକଙ୍କ ପାଇଁ ବ୍ରହ୍ମପୁରରେ ଥିବା ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଆବାସକୁ ପଠାଇ ଦିଆଯାଇଥିଲା। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ଠିକ ବୟସ ପ୍ରମାଣପତ୍ର ଦାଖଲ କରି ନ ଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ପୋଲିସ ଜୁଲାଇ ୧ ରାତିରେ ଋଷିପୁର ଛକରୁ ବେଆଇନ ଭାବେ ଦେଶୀ ମଦ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ କାବୁ କରିଥିଲା। ମାମଲା ନଂ. ୩୬୭/୨୨ ରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ମଣ୍ଡଳକାରାଗାରକୁ ପଠାଇ ଦିଆଯାଇଥିଲା। ପରିବାର ଲୋକ ତାଙ୍କୁ ନାବାଳକ ବୋଲି ଦାବି କରି ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କୁ ଜଣାଇଥିଲେ। ଆଇନଜୀବୀ ବେହେରା ନାବାଳକ ଥିବା ଦର୍ଶାଇ ଛତ୍ରପୁର ଏଡ଼ିଜେଙ୍କ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। କୋର୍ଟ ଏହାର ଶୁଣାଣି କରିବା ସହ ଜନ୍ମ ପ୍ରମାଣ ପତ୍ର କିମ୍ବା ସରକାରୀ ତାଲିକା ପଞ୍ଜୀକୃତ ପ୍ରମାଣପତ୍ର ଦାଖଲ କରିବାକୁ ଆଦେଶ କରିଥିଲେ। ଅଭିଯୁକ୍ତ ପୂର୍ବରୁ ୮ମ ଶ୍ରେଣୀରେ ପଢ଼ୁଥିବା କେ.ଦେଓଗାଁ ନୋଡାଲ ହାଇସ୍କୁଲରୁ ଟ୍ରାନ୍ସଫର ସାର୍ଟିଫିକେଟ (ଟିସି) ବାହାର କରିଥିଲେ। ସେଥିରେ ତାଙ୍କର ଜନ୍ମ ତାରିଖ ୨୦୦୪ ଅଗଷ୍ଟ ୧୬ ବୋଲି ଲେଖାଯାଇଥିଲା। ଜନ୍ମ ତାରିଖ ଅନୁସାରେ ଗିରଫ ସମୟରେ ନାବାଳକଙ୍କୁ ୧୭ବର୍ଷ ୧୦ମାସ ୧୫ ଦିନ ହୋଇଥିଲା ବୋଲି ଓକିଲ ବେହେରା କହିଛନ୍ତି। ଗତ ୧ ତାରିଖରେ ଉକ୍ତ ତାଙ୍କୁ ଜେଜେବିରେ ହାଜର କରାଯାଇଥିଲା। ପରେ ତାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଗୃହକୁ ପଠାଇ ଦିଆଯାଇଥିଲା। ତାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା। ବୁଧବାର ଜାମିନରେ ମୁକୁଳିଥିବା ଓକିଲ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri