Posted inଜାତୀୟ

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ଆଫତାବ ପୁନାଓ୍ବାଲା ହତ୍ୟା କରି ୩୫ ଖଣ୍ଡ କରିଥିଲେ ଏବଂ ସେଗୁଡ଼ିକୁ ୧୮ ଦିନ ଯାଏ ଫ୍ରିଜ୍‌ରେ ରଖି ଜଙ୍ଗଲ ମଧ୍ୟରେ ଫିଙ୍ଗିଥିଲେ। ପାଣ୍ଡବ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ହତ୍ୟା କରିବା ପରେ ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜ୍‌ରେ ରଖିବା ସହ ପ୍ରମାଣ ଲୁଚାଇବା ଲାଗି ଏହାକୁ ବିଭିନ୍ନ ସମୟରେ ନେଇ ଦୂରରେ ଫିଙ୍ଗିଦେଇଥିଲେ। ପୋଲିସ ସୋମବାର ଅଭିଯୁକ୍ତା ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ଅଞ୍ଜନ ଦାସ (୪୫)ଙ୍କୁ ତାଙ୍କ ସ୍ତ୍ରୀ ପୁନମ(୪୮) ଏବଂ ସାବତ ପୁଅ ଦୀପକ (୨୫) ହତ୍ୟା କରିଥବା ସ୍ବୀକାର କରିଛନ୍ତି। ଗତ ଜୁନ୍‌ ମାସରେ ମୃତଦେହର ବିଭିନ୍ନ ଅଙ୍ଗ କଲ୍ୟାଣପୁରୀ ଅଞ୍ଚଳର ରାମଲୀଳା ମଇଦାନ ଓ ଅନ୍ୟ ସ୍ଥାନରୁ ମିଳିଥିଲା। ତାହା ଅଞ୍ଜନଙ୍କ ଶରୀରର ଅଙ୍ଗ କି ନୁହେଁ, ତାହାର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯିବ। ଅଭିଯୁକ୍ତା ସ୍ତ୍ରୀ ଓ ସାବତ ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୦୨(ହତ୍ୟା) ଓ ୨୦୧(ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା)ରେ ପାଣ୍ଡବ ନଗର ଥାନାରେ ମାମଲା ରୁଜୁ ହୋଇଛି।
ବିହାରରେ ଅଞ୍ଜନଙ୍କର ଅନ୍ୟ ଜଣେ ସ୍ତ୍ରୀ ଓ ୮ ପୁଅ ଅଛନ୍ତି, ଯାହା ସେ ପୁନମ୍‌ଙ୍କୁ ଲୁଚାଇଥିଲେ। ଏହା ବ୍ୟତୀତ ସେ ସାବତ ଝିଅ ଏବଂ ସାବତ ପୁଅଙ୍କ ସ୍ତ୍ରୀ ଉପରେ ପାପ ନଜର ପକାଉଥିବା ସନ୍ଦେହ କରି ମାଆ-ପୁଅ ତାଙ୍କୁ ହତ୍ୟା କରିଥିବା କହିଛନ୍ତି। ସେମାନେ ଅଞ୍ଜନଙ୍କ ପାନୀୟରେ ନିଦ ଔଷଧ ମିଶାଇ ତାଙ୍କୁ ସଂଜ୍ଞାହୀନ କରିଦେବା ପରେ ଛୁରି ଓ ଡାଗର ସାହାଯ୍ୟରେ ହତ୍ୟା କରିଥିଲେ।ଏହା ପରେ ତାଙ୍କ ତଣ୍ଟି କାଟି ରକ୍ତ ସମ୍ପୂର୍ଣ୍ଣ ବାହାରିଯିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହା ପରେ ମାଆ-ପୁଅ ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜ୍‌ରେ ରଖିବା ସହ ୩/୪ ଦିନ ମଧ୍ୟରେ ପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ଓ ଖପୁରିକୁ ପୋତିଦେଇଥିଲେ ବୋଲି ପୋଲିସକୁ କହିଛନ୍ତି। ମେ’ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜୁନ୍‌ରେ ପୋଲିସ ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ପାଇବା ପରେ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ମୃତଦେହ ଅଞ୍ଜନଙ୍କର ବୋଲି ଚିହ୍ନଟ ହେବା ପରେ ଏନେଇ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଏର ହୋଇ ନ ଥିବାରୁ ପୁନମ୍‌ ଓ ଦୀପକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ଜେରା ବେଳେ ସେମାନଙ୍କ କଥାରେ ତାଳମେଳ ରହି ନ ଥିଲା ଏବଂ ଶେଷରେ ସେମାନେ ଅପରାଧ ଘଟାଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri