୮୧ ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଉପରେ, ମହାରାଷ୍ଟ୍ରରେ ୨୩୦ ଡାକ୍ତର କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬ ।୧: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦୀର୍ଘ ୮୧ ଦିନ ପରେ ସଂକ୍ରମଣ ୨,୧୪,୦୦୪ରେ ପହଞ୍ଚିଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୦.୬୧ ପ୍ରିତିଶତ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୪୨,୧୭୪ ସଂକ୍ରମିତ ବୃଦ୍ଧି ହୋଇଛନ୍ତି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କରୋନାର ଦୈନିକ ସଂକ୍ରମଣ ୪.୧୮ ପ୍ରତିଶତ ହୋଇଯାଇଛି । ଏପଟେ ସପ୍ତାହିକ ସଂକ୍ରମଣ ୨.୬୦ରେ ପହଞ୍ଚିଛି । ଅନ୍ୟପଟେ ମହାରାଷ୍ଟ୍ରର ଆସୋସିଏଶନ ଅଫ୍ ରେସିଡେନ୍ସ ଡକ୍ଟରର୍ସର ଅଧ୍ୟକ୍ଷ ଓ ଜେଜେ ହସ୍ପିଟାଲର ଡାକ୍ତର ଗଣେଶ ସୋଲାଙ୍କେ କହିଛନ୍ତି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ୨୩୦ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି ।

Share