Posted inଜାତୀୟ

ସ୍ବାଧୀନତାର ୭୮ ବର୍ଷ ପରେ ପୂରୁଣା ଯାଗାରୁ ଉଠିଯିବ PMO

ନୂଆଦିଲ୍ଲୀ, ୧୭।୮: ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଆଗାମୀ ମାସରେ ଦକ୍ଷିଣ ବ୍ଲକରୁ ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନିର୍ମିିତ ଏକ୍ସିକ୍ୟୁଟିଭ ଏନକ୍ଲେଭକୁ ସ୍ଥାନାନ୍ତର ହେବ। ରିପୋର୍ଟ ଅନୁଯାୟୀ, ଏହି ନୂଆ କାର୍ଯ୍ୟାଳୟ ଦକ୍ଷିଣ ବ୍ଲକଠାରୁ କିଛି ଶହ ମିଟର ଦୂରରେ ଅବସ୍ଥିତ ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିକଟତର।

ଏକ୍ସିକ୍ୟୁଟିଭ ଏନକ୍ଲେଭରେ ପିଏମଓ ସହିତ କ୍ୟାବିନେଟ ସେକ୍ରେଟାରିଆଟ, ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟାରିଆଟ ଏବଂ ଏକ ସମ୍ମିଳନୀ କେନ୍ଦ୍ର ମଧ୍ୟ ରହିବ। ନୂଆ କାର୍ଯ୍ୟାଳୟ ର୍ନିମାଣର ମୁଖ୍ୟ କାରଣ ହେଉଛି ପୁରୁଣା ଦକ୍ଷିଣ ଓ ଉତ୍ତର ବ୍ଲକରେ ସ୍ଥାନ ଅଭାବ ଏବଂ ଆଧୁନିକ ସୁବିଧାର ଅନୁପସ୍ଥିତି। ବ୍ରିଟିଶ ଔପନିବେଶିକ ଯୁଗରେ ର୍ନିମିତ ଏହି ପୁରୁଣା ଅଟ୍ଟାଳିକାଗୁଡ଼ିକରେ ଆଲୋକ, ବାୟୁ ଚଳାଚଳ ଓ ସ୍ଥାନର ଅଭାବ ଥିବାରୁ ନୂଆ ଭବନ ର୍ନିମାଣ ଆବଶ୍ୟକ ହୋଇପଡ଼ିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଥିଲେ ଯେ, ପିଏମଓ ଏକ ଜନସେବା କେନ୍ଦ୍ର ହେବା ଉଚିତ, ଏହା କେବଳ ତାଙ୍କର କାର୍ଯ୍ୟାଳୟ ନୁହେଁ। ଏହି ନୂଆ ପିଏମଓକୁ ସେବାର ଚେତନାକୁ ପ୍ରତିଫଳିତ କରି ଏକ ନୂଆ ନାମ ଦିଆଯାଇପାରେ ବୋଲି ସୂଚନା ରହିଛି।

ଏହା ସହିତ, ଦକ୍ଷିଣ ଓ ଉତ୍ତର ବ୍ଲକ, ଯାହା ଗତ ୭୮ ବର୍ଷ ଧରିି ଭାରତ ସରକାରର ନାଭିକେନ୍ଦ୍ର ଥିଲା, ଏବେ ଏକ ଜନସାଧାରଣ ସଂଗ୍ରହାଳୟ ‘ଯୁଗେ ଯୁଗେନ ଭାରତ ସଂଗ୍ରହାଳୟ’ରେ ପରିଣତ ହେବ। ଏହି ସଂଗ୍ରହାଳୟ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନୂଆ ସଂସଦ ଭବନ, କମନ ସେଂଟ୍ରାଲ ସେକ୍ରେଟାରିଆଟ ଏବଂ ଅନ୍ୟାନ୍ୟ ଆଧୁନିକ ଭିତ୍ତିଭୂମି ର୍ନିମାଣ କରାଯାଉଛି, ଯାହା ଭାରତର ଉଭୟମାନ ଅର୍ଥନୈତିକ ଶକ୍ତିର ପ୍ରତିଛବିକୁ ସୁଦୃଢ଼ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri