Posted inଜାତୀୟ

ସ୍ବାଧୀନତାର ୭୮ ବର୍ଷ ପରେ ପୂରୁଣା ଯାଗାରୁ ଉଠିଯିବ PMO

ନୂଆଦିଲ୍ଲୀ, ୧୭।୮: ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଆଗାମୀ ମାସରେ ଦକ୍ଷିଣ ବ୍ଲକରୁ ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନିର୍ମିିତ ଏକ୍ସିକ୍ୟୁଟିଭ ଏନକ୍ଲେଭକୁ ସ୍ଥାନାନ୍ତର ହେବ। ରିପୋର୍ଟ ଅନୁଯାୟୀ, ଏହି ନୂଆ କାର୍ଯ୍ୟାଳୟ ଦକ୍ଷିଣ ବ୍ଲକଠାରୁ କିଛି ଶହ ମିଟର ଦୂରରେ ଅବସ୍ଥିତ ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିକଟତର।

ଏକ୍ସିକ୍ୟୁଟିଭ ଏନକ୍ଲେଭରେ ପିଏମଓ ସହିତ କ୍ୟାବିନେଟ ସେକ୍ରେଟାରିଆଟ, ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟାରିଆଟ ଏବଂ ଏକ ସମ୍ମିଳନୀ କେନ୍ଦ୍ର ମଧ୍ୟ ରହିବ। ନୂଆ କାର୍ଯ୍ୟାଳୟ ର୍ନିମାଣର ମୁଖ୍ୟ କାରଣ ହେଉଛି ପୁରୁଣା ଦକ୍ଷିଣ ଓ ଉତ୍ତର ବ୍ଲକରେ ସ୍ଥାନ ଅଭାବ ଏବଂ ଆଧୁନିକ ସୁବିଧାର ଅନୁପସ୍ଥିତି। ବ୍ରିଟିଶ ଔପନିବେଶିକ ଯୁଗରେ ର୍ନିମିତ ଏହି ପୁରୁଣା ଅଟ୍ଟାଳିକାଗୁଡ଼ିକରେ ଆଲୋକ, ବାୟୁ ଚଳାଚଳ ଓ ସ୍ଥାନର ଅଭାବ ଥିବାରୁ ନୂଆ ଭବନ ର୍ନିମାଣ ଆବଶ୍ୟକ ହୋଇପଡ଼ିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଥିଲେ ଯେ, ପିଏମଓ ଏକ ଜନସେବା କେନ୍ଦ୍ର ହେବା ଉଚିତ, ଏହା କେବଳ ତାଙ୍କର କାର୍ଯ୍ୟାଳୟ ନୁହେଁ। ଏହି ନୂଆ ପିଏମଓକୁ ସେବାର ଚେତନାକୁ ପ୍ରତିଫଳିତ କରି ଏକ ନୂଆ ନାମ ଦିଆଯାଇପାରେ ବୋଲି ସୂଚନା ରହିଛି।

ଏହା ସହିତ, ଦକ୍ଷିଣ ଓ ଉତ୍ତର ବ୍ଲକ, ଯାହା ଗତ ୭୮ ବର୍ଷ ଧରିି ଭାରତ ସରକାରର ନାଭିକେନ୍ଦ୍ର ଥିଲା, ଏବେ ଏକ ଜନସାଧାରଣ ସଂଗ୍ରହାଳୟ ‘ଯୁଗେ ଯୁଗେନ ଭାରତ ସଂଗ୍ରହାଳୟ’ରେ ପରିଣତ ହେବ। ଏହି ସଂଗ୍ରହାଳୟ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନୂଆ ସଂସଦ ଭବନ, କମନ ସେଂଟ୍ରାଲ ସେକ୍ରେଟାରିଆଟ ଏବଂ ଅନ୍ୟାନ୍ୟ ଆଧୁନିକ ଭିତ୍ତିଭୂମି ର୍ନିମାଣ କରାଯାଉଛି, ଯାହା ଭାରତର ଉଭୟମାନ ଅର୍ଥନୈତିକ ଶକ୍ତିର ପ୍ରତିଛବିକୁ ସୁଦୃଢ଼ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri