୭୨ ଘଣ୍ଟା ପରେ କୋଠାତଳୁ ଜୀବିତ ଉଦ୍ଧାର ହେଲେ ମହିଳା

ଆଙ୍କାରା,୧୦ା୨: :ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା  ୨୧,୦୦୦ ଟପିଛି। ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।  ଏହା ମଧ୍ୟରେ ଆନ୍ତାକ୍ୟାର ପୂର୍ବର ଡିଆରବାକିରେ ଉଦ୍ଧାରକାରୀମାନେ  ଭୁଶୁଡ଼ି ପଡ଼ିଥିବା କୋଠା ଭିତରୁ ପ୍ରାୟ ୭୨ ଘଣ୍ଟା ପରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏହି ମହିଳା ଜୀବିତ ଥିଲେ ହେଁ ଆଉ ତିନି ଜଣଙ୍କର ମୃତଦେହ ମିଳିଛି। ସର୍ପ ଆର୍ସଲାନ ନାମକ ଏହି ମହିଳାଙ୍କ ମା’ ଏବଂ ଭାଇଙ୍କ ମୃତଦେହ କୋଠାର ଧ୍ୱଂସାବଶେଷରେ ରହିଯାଇଥିଲା। ଯାହାକୁ ଲୁହଭରା ଆଖିରେ ଚାହିଁ ରହିଥିଲେ ଏହି ମହିଳା। ଏଠାରେ ଗଦାଗଦା ଆବର୍ଜନା ହଟାଇବା କାମ ଆରମ୍ଭ ହୋଇଛି।

Share