ଏହି ଦେଶରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ: ମାସ୍କ ନ ପିନ୍ଧିଲେ ମିଳୁଛି ଏପରି ଦଣ୍ଡ…

ସିଓଲ, ୨୭।୭: ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଏହା ବିପଦ ସୃଷ୍ଟି କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ଡିସେମ୍ବର ମାସରୁ ଏହି ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଚାଲିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର କୋରିଆକୁ କରୋନା ମୁକ୍ତ ବୋଲି କୁହାଯାଉଥିଲା। ଏହି ଭାଇରସ ବ୍ୟାପିବାର ଦୀର୍ଘ ୭ ମାସ ପରେ ଅର୍ଥାତ୍‌ ଏବେ ଉତ୍ତର କୋରିଆରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ ଉନ ଏକ ଜରୁରି ମିଟିଂ ଡକାଇ ଏକ ଜୁଲାଇ ୨୪ରୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ପଜିଟିଭ ରହୁଥିବା କାଏସୋଙ୍ଗ ସହରକୁ ଜୁଲାଇ ସମ୍ପୂର୍ଣ୍ଣ ବନ୍ଧ କରାଯାଇଛି। ତେବେ ଏଠାରେ ଚିହ୍ନଟ ପଜିଟିଭ ଜଣଙ୍କ ଦକ୍ଷିଣ କୋରିଆରୁ ନିଜ ଦେଶକୁ ଫେରିଆସିଥିବା ଜଣାପଡ଼ିଛି।

ଏହି କରୋନା ପଜିଟିଭ ୩ ବର୍ଷ ପୂର୍ବେ ଉତ୍ତର କୋରିଆ ଛାଡି ପଳାଇଥିଲେ। ତେବେ ଦକ୍ଷିଣ କୋରିଆରେ କରୋନା ଦ୍ରୁତ ଗତିରେ ବ୍ୟାପିବା ପରେ ସେ ବେଆଇନ ଭାବେ ସୀମା ଅତିକ୍ରମକରି ଫେରିଆସିଛନ୍ତି। ବର୍ତ୍ତମାନ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଉତ୍ତର କୋରିଆର ସମସ୍ତ ବର୍ଡରକୁ ୩୦ ଜାନୁଆରିରୁ ବନ୍ଦ କରାଯାଇଛି। ବିନା ମାସ୍କରେ ବୁଲିଲେ ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ ସାଙ୍ଗକୁ ଜେଲ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏଠାରେ କିଛି ମାସ ପୂର୍ବେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା, ଯଦ୍ୱାରା କରୋନା ଆଉ ଦେଶରେ ବ୍ୟାପିବ ନାହିଁ।

Share