Categories: ଜାତୀୟ

ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ୍‌ ପରେ ପୋଖରୀ ଚୋରି

ପାଟନା,୧ା୧: ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଦରଭଙ୍ଗା ପୋଲିସ ଏକ ମାମଲା ରୁଜୁ କରି ଚୋରିର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ଏକ ସରକାରୀ ପୋଖରୀ ରହିଥିଲା। ହେଲେ କେତେକ ଜମି ମାଫିଆ ସମ୍ପୃକ୍ତ ପୋଖରୀକୁ ପୋତିଦେଇ ସେଠାରେ ଏକ ଚାଳଘର ନିର୍ମାଣ କରିଛନ୍ତି। ଫଳରେ ଜମି ମାଫିଆ ଉକ୍ତ ପୋଖରୀକୁ ଚୋରି କରିନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରି ନ ଥିବା ଜଣାପଡିଛି।

Share