୫ ବର୍ଷ ପରେ ଆର୍‌ଆଇ ଅଟକ

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲାରେ ୨୦୧୮ରେ ଜଣେ ଆର୍‌ଆଇ ନିଜ ସିସିଆର୍‌ରେ ତତ୍କାଳୀନ ଜିଲାପାଳଙ୍କ ଦସ୍ତଖତ ଜାଲ କରିଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଘଟଣାର ଅଭିଯୁକ୍ତ ତଥା ସେତେବେଳର ଗଁଦିଆ ଓ ଭୁବନ ତହସିଲ ଯୁଗ୍ମ ଦାୟିତ୍ୱରେ ଥିବା ଆର୍‌ଆଇ ବିଶ୍ୱନାଥ ପ୍ରଧାନଙ୍କୁ ୫ବର୍ଷ ପରେ ଟାଉନଥାନା ପୋଲିସ ଗୁରୁବାର କାମାକ୍ଷାନଗରରୁ ଉଠାଇ ଆଣି ପଚରାଉଚରା କରୁଛି। ଆର୍‌ଆଇଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜ୍‌ ଜବତ କରି ଯାଞ୍ଚ କରାଯାଉଛି।
ଅଭିଯୋଗରୁ ଜଣାପଡ଼ିଛି, ଆର୍‌ଆଇ ବିଶ୍ୱନାଥ ନିଜ ସିସିଆର୍‌ରେ ତାଙ୍କ କାର୍ଯ୍ୟଦକ୍ଷତା ଅତି ସନ୍ତୋଷଜନକ ବୋଲି ଲେଖି ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ। ତେବେ ଏହା ରୂପାରୋଶନଙ୍କ ଦସ୍ତଖତ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। ହେଲେ ଘଟଣା ଧରାପଡ଼ିବା ବେଳକୁ ରୂପାରୋଶନଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିଲା। ସେତେବେଳର ଜିଲାପାଳ ଥିବା ନିଖିଲ ପଓ୍ବନ କଲ୍ୟାଣ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ. ୧୦୧/୧୮ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଏହାକୁ ଅତି ହାଲୁକା ଭାବେ ନେଇଥିଲା। ଘଟଣାର ଦୀର୍ଘ ୫ବର୍ଷ ପରେ ଟାଉନ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଇତିମଧ୍ୟରେ ବିଶ୍ୱନାଥଙ୍କ କାମାକ୍ଷାନଗର ତହସିଲକୁ ବଦଳି ହୋଇଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ଆଣି ତନାଘନା ଆରମ୍ଭ କରିଛି। ପଚରାଉଚରା ସମୟରେ ବହୁ ତଥ୍ୟ ଜଣାପଡ଼ିଛି। ତତ୍କାଳୀନ ଅତିରିକ୍ତ ଜିଲାପାଳଙ୍କ ଷ୍ଟେନୋ, ପୂର୍ବତନ ଜିଲାପାଳଙ୍କ ଠିକାରେ ଗାଡ଼ି ଚଳାଉଥିବା ଡ୍ରାଇଭର ସେହି ସମୟରେ ଫାଇଲପତ୍ର ନେବା ଆଣିବା କରୁଥିଲେ। ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଶୁକ୍ରବାର ଉଭୟଙ୍କୁ ପଚରାଉଚରା କରାଯିବ ବୋଲି ଟାଉନ ଥାନାଧିକାରୀ ରାଜେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?