୫ ବର୍ଷ ପରେ ଆର୍‌ଆଇ ଅଟକ

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲାରେ ୨୦୧୮ରେ ଜଣେ ଆର୍‌ଆଇ ନିଜ ସିସିଆର୍‌ରେ ତତ୍କାଳୀନ ଜିଲାପାଳଙ୍କ ଦସ୍ତଖତ ଜାଲ କରିଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଘଟଣାର ଅଭିଯୁକ୍ତ ତଥା ସେତେବେଳର ଗଁଦିଆ ଓ ଭୁବନ ତହସିଲ ଯୁଗ୍ମ ଦାୟିତ୍ୱରେ ଥିବା ଆର୍‌ଆଇ ବିଶ୍ୱନାଥ ପ୍ରଧାନଙ୍କୁ ୫ବର୍ଷ ପରେ ଟାଉନଥାନା ପୋଲିସ ଗୁରୁବାର କାମାକ୍ଷାନଗରରୁ ଉଠାଇ ଆଣି ପଚରାଉଚରା କରୁଛି। ଆର୍‌ଆଇଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜ୍‌ ଜବତ କରି ଯାଞ୍ଚ କରାଯାଉଛି।
ଅଭିଯୋଗରୁ ଜଣାପଡ଼ିଛି, ଆର୍‌ଆଇ ବିଶ୍ୱନାଥ ନିଜ ସିସିଆର୍‌ରେ ତାଙ୍କ କାର୍ଯ୍ୟଦକ୍ଷତା ଅତି ସନ୍ତୋଷଜନକ ବୋଲି ଲେଖି ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ। ତେବେ ଏହା ରୂପାରୋଶନଙ୍କ ଦସ୍ତଖତ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। ହେଲେ ଘଟଣା ଧରାପଡ଼ିବା ବେଳକୁ ରୂପାରୋଶନଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିଲା। ସେତେବେଳର ଜିଲାପାଳ ଥିବା ନିଖିଲ ପଓ୍ବନ କଲ୍ୟାଣ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ. ୧୦୧/୧୮ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଏହାକୁ ଅତି ହାଲୁକା ଭାବେ ନେଇଥିଲା। ଘଟଣାର ଦୀର୍ଘ ୫ବର୍ଷ ପରେ ଟାଉନ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଇତିମଧ୍ୟରେ ବିଶ୍ୱନାଥଙ୍କ କାମାକ୍ଷାନଗର ତହସିଲକୁ ବଦଳି ହୋଇଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ଆଣି ତନାଘନା ଆରମ୍ଭ କରିଛି। ପଚରାଉଚରା ସମୟରେ ବହୁ ତଥ୍ୟ ଜଣାପଡ଼ିଛି। ତତ୍କାଳୀନ ଅତିରିକ୍ତ ଜିଲାପାଳଙ୍କ ଷ୍ଟେନୋ, ପୂର୍ବତନ ଜିଲାପାଳଙ୍କ ଠିକାରେ ଗାଡ଼ି ଚଳାଉଥିବା ଡ୍ରାଇଭର ସେହି ସମୟରେ ଫାଇଲପତ୍ର ନେବା ଆଣିବା କରୁଥିଲେ। ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଶୁକ୍ରବାର ଉଭୟଙ୍କୁ ପଚରାଉଚରା କରାଯିବ ବୋଲି ଟାଉନ ଥାନାଧିକାରୀ ରାଜେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri