Categories: ଫୁରସତ

୪୨ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି, ରହସ୍ୟ ହୋଇଗଲେ ପ୍ରେରକ

ଡିଜିଟାଲ ମେସେଜ ଯୁଗରେ ଆମେ ପହଞ୍ଚି ସାରିଛୁ। କିନ୍ତୁ ସମୟ ଏପରି ଥିଲା ଯେଉଁଠି ଚିଠିର ବହୁଳ ବ୍ୟବହାର ହେଉଥିଲା। ଚିଠିଟିଏ ପାଇବା ପାଇଁ ଲୋକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହୁଥିଲେ। ଆଉ ସେପଟୁ ପ୍ରତି ଉତ୍ତର ପାଇବା ପାଇଁ ମଧ୍ୟ ଲୋକଙ୍କୁ ଚିଠି ଉପରେ ଭରସା କରିବାକୁ ପଡୁଥିଲା। ସେତେବେଳେ ଡାକବାଲ ଥିଲା ଅତି ଆପଣାର ଭରସାଯୋଗ୍ୟ ଲୋକ। ତା’ ସାଇକେଲର ଘଣ୍ଟି ବାଜିବେ ମାତ୍ରେ ଅତି ପ୍ରିୟ ଲୋକର ଚିଠି ଆସିଛି ବୋଲି ମନ ଧଡପଗଡ ହେଉଥିଲା। ଚିଠି ପାଇବା ପାଇବା ପାଇଁ ଲୋକେ ସପ୍ତାହେ ସପ୍ତାହେ ଧରି ଅପେକ୍ଷା କରି ରହୁଥିଲେ। ଟିକେ ଡେରି ହେଲେ ଡାକବାଲାକୁ ବାରବାର ପ୍ରିୟ ଲୋକର ଚିଠି ବିଷୟରେ ପଚାରି ବୁଝୁଥିଲେ। କିନ୍ତୁ ନିକଟରେ ଏପରି ଏକ ଚିଠି ମିଳିଛି ଯାହା ୪୨ବର୍ଷ ପରେ ତା’ ଠିକଣା ଲୋକଟି ପାଖରେ ପହଞ୍ଚିଛି।ଆସନ୍ତୁ ଜାଣିବା ଏହି ରହସ୍ୟ ଚିଠିଟି ବିଷୟରେ।

ଇଂଲଣ୍ଡର କ୍ୟାଣ୍ଟେରବେରୀ ନିକଟ ୱେଷ୍ଟଗେଟ ସ୍ଥିତ ରହୁଥିବା ସାମନ୍ଥା ଓ୍ବିଲିୟମଙ୍କୁ ୪୨ବର୍ଷ ପରେ ଏକ ଚିଠି ମିଳିଛି। ଯାହାର ପ୍ରେରକ ଏବେ ରହସ୍ୟ ପାଲଟିଛନ୍ତି। କାରଣ ସାମନ୍ଥାଙ୍କୁ ଏହି ଚିଠି ପଠାଯାଇନାହିଁ। ଚିଠି ପଠାଇଥିବା ପ୍ରେରକ ଓ ଗ୍ରାହକ ଏବେ ଅଛନ୍ତି କି ନାହାନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଚିଠି ଲେଖିଥିବା ପ୍ରେରକ ଜଣକ ହେଲେ ଅଷ୍ଟ୍ରେଲିଆ ନିବାସୀ ଗୈର। ସେ ୧୯୮୧ ଅଗଷ୍ଟ ୨୭ରେ ଏହି ଠିକଣାରେ ଏକ ଚିଠି ପଠାଇଥିଲେ।

ଷ୍ଟିଭ ପ୍ୟାଜେଟଙ୍କ ନାମରେ ଏହି ପୋଷ୍ଟକାର୍ଡ ପଠାଯାଇଥିଲା। ୧୯୮୦ଦଶକରେ ଷ୍ଟିଭ ପରିବାର ଏଠାରେ ରହୁଥିବା ସାମନ୍ଥା ଅନୁମାନ କରୁଛନ୍ତି। ଚିଠିରେ ୩୫ଟି ସେଣ୍ଟର ଡାକ ଟିକେଟ ଲଗାଯାଇଛି। ଏତେବର୍ଷ ପରେ ମିଳିଥିବା ଚିଠିରେ କଣ ଲେଖାଯାଇଛି ତାହା ପଢି ହେଉନାହିଁ ବୋଲି ସାମନ୍ଥା କହିଛନ୍ତି। ତେବେ ଏହି ଚିଠି ଏତେବର୍ଷ ପରେ ଆସିଛି ନା ତାକୁ କିଏ ପୋଷ୍ଟବାକ୍ସରେ ଆଉଥରେ କିଏ ପକାଇ ଦେଇଛି ତାହା ଜାଣିବା ସନ୍ଦେହ ଘେରରେ ରହିଛି।

Share